ରାଜ୍ୟ

ରାୟଗଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ରାୟଗଡ଼ା

ଚଳିତ ମାସ 11 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ଜିଲ୍ଲା ରେ ସଡକ ସୁରକ୍ଷା ସପ୍ତାହ ରୋଡ ଟ୍ରାନ୍ସପୋର୍ଟ ବିଭାଗ ଦ୍ଵାରା ପାଳିତ ହେଉଥିବା ବେଳେ ଆଜି 6ଷ୍ଠ ଦିନରେ ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍କୁଲ୍ ଓ କଲେଜ୍ ଛାତ୍ର ଛାତ୍ରୀ, ସାମାଜିକ ସଂଗଠନ ର ସଦସ୍ୟ ମାନଙ୍କୁ ନେଇ ଏକ ସାଇକେଲ ରାଲି ସର୍କିଟ ହାଉସ ରୁ କପିଳାସ ଛକ ଦେଇ ରିଲିଆନ୍ସ ସ୍ମାର୍ଟ ଷ୍ଟୋର ପର୍ଯ୍ୟନ୍ତ ଯାଇ ଫେରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଦିବାସୀ କଲ୍ୟାଣ ଓ ଆଇନ୍ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ବିଧାୟକ ଶ୍ରୀ ମକର ମୁଦୁଲି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜା ପ୍ରସାଦ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ରୋଡ ଟ୍ରାନ୍ସପୋର୍ଟ ଅଧିକାରି ଶ୍ରୀ ଶିବ ସୁନ୍ଦର ଚୌଧୁରୀ ଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ । କିଭଳି ଲୋକେ ସାଇକେଲ ଦ୍ଵାରା ନିଜର ଦୈନଦିନ କାର୍ଯ୍ୟ କରି ଭାରି ଯାନବାହାନ ବ୍ୟବହାର କମ କରିବେ ସେ ନେଇ ଏକ ପ୍ରୟାସ ବୋଲି ଶ୍ରୀ ଚୌଧୁରୀ କହିଥିଲେ , ଏହି ଅବସରରେ ସୋଲାସିଅମ୍ ଫଣ୍ଡ ଯୋଜନା ବିଷୟରେ ମଧ୍ୟ ଲୋକଙ୍କୁ ବାର୍ତ୍ତା ଦେଇଥିବା ବେଳେ ଏହାର ମୁଖ୍ୟ ଲକ୍ଷ ହେଲା ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ବ୍ୟକ୍ତି 2 ଲକ୍ଷ ଟଙ୍କା ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ସହାୟତା ରାଶି ସରକାରଙ୍କ ତରଫରୁ ମିଳୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *