ରାଜ୍ୟ

ବିଚାରବିଭାଗୀୟ ହାଜତକୁ ଗଲେ ଏମ୍‌ଆଇ ମମତା; ୩ ପ୍ଲଟ୍ ଚିହ୍ନଟ

କୋରାପୁଟ: ଦଶମନ୍ତପୁର ବ୍ଲକ ଯୋଗାଣ ନିରୀକ୍ଷକ ମମତା ବେହେରା ଗତ ୨୩ତାରିଖ ରାତିରେ ଲାଞ୍ଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ। ରସାୟନ ବୋଳା ୭ହଜାର ଟଙ୍କାର ନୋଟ୍‌ ତାଙ୍କ ନିକଟରୁ ଜବତ ହୋଇଥିଲା। ଏହାପରେ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚୁରା କରାଯାଇଛି। ଗତକାଲି ରାତିରେ  ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ କୋର୍ଟକୁ ଚାଳାଣ କରାଯାଇଥିଲା। ତାଙ୍କୁ ଆସନ୍ତା ୭ତାରିଖ ଯାଏଁ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ର କାରାଗାର ଜୟପୁରରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସ୍ବତନ୍ତ୍ର ପିପି ଶଶିଧର ପଟ୍ଟନାୟକ।ତେବେ ଏହି ପ୍ରମାଣପତ୍ର ତାଙ୍କୁ ଦେବା ପାଇଁ ୭ହଜାର ଟଙ୍କା ଲାଂଚ  ଦେବାକୁ ‌ପାତ୍ର ଟାକ୍ରୀଙ୍କୁ କହିଥିଲେ ଯୋଗାଣ ନିରୀକ୍ଷକ। ପାତ୍ର ଟାକ୍ରୀ ଭିଜିଲାନସ୍ ଏସପିଙ୍କ ଦ୍ବାରସ୍ଥ ହୋଇ ଉପରୋକ୍ତ ସମସ୍ତ ଘଟଣା ଜଣାଇଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ୭ହଜାର ଟଙ୍କା ପାତ୍ରକୁ  ଲାଂଚ ଆକାରରେଦେବା ପାଇଁ ଭିଜିଲାନସ୍ ପକ୍ଷରୁ ଦିଆଯାଇଥିଲା। ଆଜି ସଂଧ୍ୟା ସାଢ଼େ ୭ଟା ବେଳେ ଯୋଗାଣ ନିରୀକ୍ଷକ ଜଣକ ଏହି ଟଙ୍କା କୋରାପୁଟ ଆରଡି କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ପାତ୍ରଙ୍କ ଠାରୁ ନେଉଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ତୁରନ୍ତ ତାଙ୍କୁ ଧରିଥିଲେ।

Leave a Reply

Your email address will not be published. Required fields are marked *