ପାଣିପାଗରେ ପରିବର୍ତ୍ତନ: ହାଳୁକା ବର୍ଷାର ସମ୍ଭାବନା
ଭୁବନେଶ୍ବର: ଦୁର୍ବଳ ହୋଇଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ସକ୍ରିୟ ଥିବା ଓ୍ବେଲମାର୍କ ଲୋପ୍ରେସ ବା ସଦୃଶ ଲଘୁଚାପ। ଫଳରେ ପାଗ ବଦଳିଛି। ଓ୍ବେଲମାର୍କ ଲୋପ୍ରେସର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ପାଗରେ ପରିବର୍ତନ ଦେଖିବାକୁ ମିଳିଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ପାଣିପାଗ ବିଭାଗ କାଁଭାଁ ସ୍ଥାନରେ ହାଳୁକା ବର୍ଷାର ସମ୍ଭାବନା ଦେଇଛି।