ରାଜ୍ୟ

ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

କର୍ମ କରିବ ଜଣେ, ଫଳ ଭୋଗିବ ଅନ୍ୟ ଜଣେ। ବିଦ୍ୟୁତ୍‌ ବିଭାଗର ଅସାବଧାନତା ପାଇଁ ଜଣେ ଯୁବ ଚାଷୀଙ୍କର ଜୀବନ ଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ (ଏନ୍‌ଏସି) ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଶୁକ୍ରବାର ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଅଘଟନ ଘଟିଛି। ମୃତ ବ୍ୟକ୍ତି ହେଲେ ପ୍ରମୋଦ ଦାସ। ସୂଚନା ମୁତାବକ, ନରସିଂହପୁର ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ନିଜ ଜମିରେ ଧାନ ବିଡ଼ା ଏକାଠି କରୁଥିଲେ। ତାଙ୍କ ଜମି ଉପର ଦେଇ ବିଦ୍ୟୁତ ଯାଇଛି। ପ୍ରମୋଦ ଆଜି ବିଲରେ କାମ କରୁଥିବା ବେଳେ ପୂର୍ବରୁ ଓହଳି ରହିଥିବା ୧୧ କେଭି ବିଦ୍ୟୁତ ତାର ଛିଡ଼ି ତାଙ୍କ ଉପରେ ପଡ଼ିଥିଲା। ଏହି ଅପ୍ରୀତିକର ଅଘଟଣ ପରେ ତାଙ୍କ ଶରୀର ଜଳିବା ଆରମ୍ଭ ହୋଇଯାଇଥିଲା। ଏଥି ସହ ଧାନଗଦା ମଧ୍ୟ ଜଳି ଯାଇଥିଲା। ଆଖପାଖର ବିଲରେ ଥିବା ଅନ୍ୟ ଚାଷୀମାନେ କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କ ସହ ୨ ଏକର ଧାନ କ୍ଷେତ ସଂପୂର୍ଣ୍ଣ ଭାବେ ଜଳି ଯାଇଥିଲା।

Leave a Reply

Your email address will not be published. Required fields are marked *