ଗଜପତିରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଫସଲ ସଂପର୍କରେ ଆଲୋଚନା କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ଫସଲ ବୀମା ଯୋଜନାରେ ଲୋକମାନଙ୍କୁ ପଞ୍ଜୀକରଣ କରିବା ପାଇଁ ଅନୁରୋଧ କରିଛନ୍ତି।ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ତଥ୍ୟ ପଞ୍ଚାୟତ, ବ୍ଲକ୍, ଜିଲ୍ଲା କୃଷି ଅଧିକାରୀ, ତହସିଲଦାର, ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ଫସଲ ନଷ୍ଟ ବିଷୟରେ ଦରଖାସ୍ତ କରିପାରିବେ ଏବଂ କୃଷି ରକ୍ଷକ ପୋର୍ଟାଲରେ କ୍ଷୟ କ୍ଷତି ପଞ୍ଜୀକରଣ କରିବା ପାଇଁ ଚାଷୀମାନଙ୍କୁ ଅନୁରୋଧ କରିଥିଲେ। ସରକାର ଲୋକମାନଙ୍କ ସହିତ ରହିଛନ୍ତି ସବୁବେଳେ ଲୋକମାନଙ୍କୁ ସହଯୋଗ କରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।