ରାଜ୍ୟ

ପୁଣି ଖସିଲା ପାରଦ: ଘୁ.ଉଦୟଗିରିରେ ତାପମାତ୍ରା ୪.୮ଡିଗ୍ରି ରେକର୍ଡ଼

ଘୁ.ଉଦୟଗିରି: ଶୀତର ଲୁଚକାଳି ଭିତରେ ପୁଣି ଥରେ ପାରଦ ଖସିଛି। ଚଳିତ ବର୍ଷ ପୁଣି ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସାରା ଅଞ୍ଚଳ। ଆଜି ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ଗତକାଲି ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍‌ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। କଳିଙ୍ଗା ବନ ଉଦ୍ୟାନ, କାଲିଗାଡୁ ହିଲ୍‌ଟପ୍‌, ସିରିକି ପାର୍କ, କଫିବଗିଚା, କଳିଙ୍ଗା ଘାଟି ଦେଖିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛ। 

Leave a Reply

Your email address will not be published. Required fields are marked *