ଚୀନ୍ରେ ହାହାକାର: ଉହାନରେ ସ୍କୁଲ ବନ୍ଦ, ରିପୋର୍ଟ ମାଗିଲା ଡବ୍ଲୁଏଚଓ
ବେଜିଂ: କରୋନା ପରେ ପୁଣି ଥରେ ଚୀନ୍ର ନୂଆ ଭାଇରସ୍ ‘ହ୍ୟୁମାନ୍ ମେଟାପ୍ନୁମୋ’ ବିଶ୍ୱକୁ ଭୟଭୀତ କରିବା ଆରମ୍ଭ କରିଛି। ଚାଇନାରେ ଏହି ଭୂତାଣୁ ସଂକ୍ରମଣ ଯୋଗୁ ପରିସ୍ଥିତି ବିଗିଡିବା ଆରମ୍ଭ କରିଛି। ଦେଶରେ ହାହାକାର ସୃଷ୍ଟି ହୋଇଛି। ଉହାନରେ ସ୍କୁଲ ବନ୍ଦ ରହିଛି। ଚୀନ୍ରେ ଗତ ୧୦ ଦିନରେ ଏଚଏମପିଭି ମାମଲା ୫୨୯% ବୃଦ୍ଧି ପାଇଛି।
ପିଲାମାନଙ୍କ ମଧ୍ୟରେ ବଢୁଥିବା ମାମଲାକୁ ଦୃଷ୍ଟିରେ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଭୂତାଣୁ ଯୋଗୁ ଚୀନ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଣ୍ଟିଭାଇରାଲ୍ ଔଷଧର ଅଭାବ ସୃଷ୍ଟି ହୋଇଛି। ଆଣ୍ଟିଭାଇରାଲ୍ ଔଷଧର କଳା ବଜାରୀ ଆରମ୍ଭ ହୋଇଛି।
ପରିସ୍ଥିତି ଏପରି ହୋଇଛି ଯେ, ଆଣ୍ଟିଭାଇରାଲ୍ ଔଷଧଗୁଡିକ ୪୧ ଡଲାରରେ ବିକ୍ରି ହେଉଛି। ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁ ଡବ୍ଲୁଏଚଓର ଚିନ୍ତା ବଢ଼ିବାରେ ଲାଗିଛି।ଡବ୍ଲୁଏଚଓ ପକ୍ଷରୁ ଚୀନ୍ଠାରୁ ଏଚଏମପିଭି ବିଷୟରେ ସମ୍ପୂର୍ଣ୍ଣ ସୂଚନା ମାଗିଛି। ଚୀନ୍ ଏପର୍ଯ୍ୟନ୍ତ ଏଚଏମପିଭି ମାମଲାର ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି।