ରାଜ୍ୟ

ସାନଭାଇ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ବଡ଼ଭାଇର ମୃତ୍ୟୁ

ମୁନିଗୁଡ଼ା: ସାନଭାଇର ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ନିଜେ ହତ୍ୟାର ଶିକାର ହେଲେ ଡଙ୍ଗରିଆ ଯୁବକ ଡ୍ରୁକୁ ଶିକକା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଅନ୍ତର୍ଗତର କୁଲେରିପଟା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗାଁ ନିକଟସ୍ଥ ଡିମ୍ବୁଲିପଟା ଜଙ୍ଗଲ ମଧ୍ୟରେ ପ୍ରତିଶୋଧକୁ ନେଇ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ।ସୂଚନା ଅନୁଯାୟୀ ୨୦୨୧ ମସିହା ଜାନୁଆରି ୧୪ ତାରିଖ ଦିନ ଉକ୍ତ ଗ୍ରାମର ଲଗାଡ଼ି ସିକକା(୩୦)ଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ମୁନିଗୁଡ଼ା ଥାନା ଏକ ମାମଲା ରୁଜୁ କରି ତଦନ୍ତ ପରେ ହତ୍ୟା ଅଭିଯୋଗରେ ସେହି ଗ୍ରାମର ମାଣି ଶିକକା ଓ ସୁଟେ ସିକକାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ହେଲେ କଥା ସେଇଠି ଥମି ନଥିଲା। ମୃତକ ଲଗାଡି ସିକକାର ବଡ଼ଭାଇ ଡ୍ରୁକୁ ଶିକକା(୩୫) ସାନ ଭାଇ ହତ୍ୟାର ପ୍ରତିଶୋଧ ନେବାପାଇଁ ସେବେଠାରୁ ସମୟ ଓ ସ୍ଥାନ ଖୋଜୁଥିଲା।

Leave a Reply

Your email address will not be published. Required fields are marked *