ବିଶ୍ବନାଥ ଦାସ ଙ୍କ ୧୩୫ ତମ ଜୟନ୍ତୀ ମହାସମାରୋହରେ ପାଳିତ।
ବ୍ରହ୍ମପୁର ସହରର ପ୍ରାଚୀନ ଶିକ୍ଷା ଅନୁଷ୍ଠାନ କୁଇନ ମିଶନ ବିଦ୍ୟାଳୟ ସଭାକକ୍ଷରେ ସ୍ବାଧୀନତା ସଂଗ୍ରାମୀ, ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ଯ ପାଳ, ଓଡ଼ିଶା ର ପୂର୍ବତନ ମୁଖ୍ଯ ମନ୍ତ୍ରୀ ବିଶ୍ବନାଥ ଦାସ ଙ୍କ ୧୩୫ ତମ ଜୟନ୍ତୀ ସମାରୋହ ପାଳିତ।
ବିଶିଷ୍ଟ ରାଜନୀତି ବିଜ୍ଞାନୀ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ ବିଶ୍ବନାଥ ଦାସ ଙ୍କ ଜୀବନ ଦର୍ଶନ ଆଦର୍ଶରେ ଭରି ରହିଥିଲା ମାନବୀୟ ଗୁଣ ଯିଏ ରାଜନୀତି ରେ ରହି ମଧ୍ଯ ଅତି ସରଳ ଜୀବନ ଯାପନ କରିବା ସହିତ ଆଚରଣ ଓ ଉଚ୍ଚାରଣ ରେ ସେ ଥିଲେ ତପସ୍ୱୀ। ଅନ୍ୟତମ ବକ୍ତା ଓଡ଼ିଶା ର ବିଶିଷ୍ଟ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ଯ ରେ କହିଥିଲେ ଯେ ବିଶ୍ବନାଥ ଦାସ ଙ୍କ ଜୀବନର ସୌରଭ ମୟ ପାଖୁଡା ଗୋଟିଏ ଗୋଟିଏ ଯଦି ଆଲୋଚନା କରାଯାଏ ତାଙ୍କର ଦାର୍ଶନିକ ଆଧ୍ଯାତ୍ମିକ ବିଚାର ପରିପୂର୍ଣ୍ଣ ଜୀବନ ଶୈଳୀ ଅତ୍ଯନ୍ତ ନିରାଡମ୍ବର ଥିଲା ଅତି ନୀର୍ଭିକ ଓ ସ୍ପଷ୍ଟ ବାଦୀ ମଣିଷ ସାର ମଣିଷ ଥିଲେ। ସେ କ୍ଷମତା ପାଇଥିଲେ ସୁଦ୍ଧା ସମୟରେ ସେ ଅତି ସରଳଜୀବନ ଶୈଳୀ ରେ ସମସ୍ତ ଙ୍କ ଲୋକ ପ୍ରିୟ ଥିଲେ ବୋଲି ବକ୍ତବ୍ଯ ରେ କହିଥିଲେ।
ବିଶ୍ବନାଥ ଦାସ ସ୍ମୃତି ସଂସଦ ଆବାହକ ଶ୍ରୀଯୁକ୍ତ ରମେଶ ଚରଣ ତ୍ରିପାଠୀ ଙ୍କ ପୌରହିତ୍ଯ କାର୍ଯ୍ୟକ୍ରମ ରେ ସଂପାଦକ ଡା ସାଗର ରଂଜନ ତ୍ରିପାଠୀ ବିବରଣୀ ପାଠ କରିଥିଲେ । Brahampur ରୁ ଅନନ୍ତ ରାମ ପ୍ରଧାନ