ରାଜ୍ୟ

ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ\’ରେ ମହର୍ଷି ମହେଶ ଯୋଗୀଙ୍କ ୧୦୮ତମ ଜୟନ୍ତୀ ପାଳନ

ଭୁବନେଶ୍ୱର:ସହୀଦ ନଗରସ୍ଥିତ ମହର୍ଷି କଲେଜ ଅଫ୍ ନ୍ୟାଚୁରାଲ ଲ\’ ପ୍ରାଙ୍ଗଣରେ ବିଶ୍ୱ ବିଖ୍ୟାତ ସନ୍ଥ ମହର୍ଷି ମହେଶ ଯୋଗୀଙ୍କର ୧୦୮ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୧୦ ଘଟିକାରେ ଅତିଥିମାନଙ୍କ ଦ୍ୱାରା ମହର୍ଷି ମହେଶ ଯୋଗୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଗୁରୁ ପରମ୍ପରା ପୂଜନ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲୋକନାଥ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ମହର୍ଷି ପବ୍ଲିକ ସ୍କୁଲ ସମୂହ ତଥା ଅର୍ନ୍ତଜାତୀୟ ବୈଦିକ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ମହର୍ଷିଙ୍କ ପ୍ରମୁଖ ଶିଷ୍ୟ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ମହର୍ଷିକ ଜୀବନ ଦର୍ଶନ ଭାବାତିତ ଧ୍ୟାନ ସିଧି କାର୍ଯ୍ୟକ୍ରମ ଓ ବେଦ ବିଜ୍ଞାନ ଉପରେ ଆଲୋଚନା କରିଥିଲେ ।

ଅନ୍ୟତମ ବକ୍ତା ଭାବାତିତ ଧ୍ୟାନ ଯୋଗ ଶିକ୍ଷକ ଅଶୋକ କୁମାର ସାହୁ ମହର୍ଷିଙ୍କ ପ୍ରଣୀତ ଭାବାତିତ ଧ୍ୟାନ ସମ୍ପର୍କରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ ଓ ଛାତ୍ର/ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।

ବିଶ୍ୱଶାନ୍ତି କଲ୍ୟାଣାର୍ଥେ ତଥା ମହର୍ଷି ଦୈବିୟ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପଣ୍ଡିତ ଖଗପତି ଉପାଧ୍ୟାୟଙ୍କ ଦ୍ୱାରା ଏକ ଗାୟତ୍ରୀ ଯଜ୍ଞ ସମ୍ପନ୍ନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଡୁନମ୍‌, ଦିଲ୍ଲୀର ନିର୍ଦ୍ଦେଶକ ଲମ୍ବୋଦର ରାଉତ, ସୂଚନା ଟି.ଭି.ର ମୁଖ୍ୟ ବିଜୟ କୁମାର ଦାସ, ଦୈନିକ ପର୍ଯ୍ୟବେକ୍ଷକର ପ୍ରତିନିଧି ସ୍ୱର୍ଣ୍ଣପ୍ରଭା ନାୟକ, ଦି\’କଳିଙ୍ଗ କ୍ରୋନିକିଲିର ପ୍ରତିନିଧି ପ୍ରିୟବ୍ରତ ନାୟକ, ଅଧ୍ୟାପିକା ଜ୍ୟୋର୍ତିମୟୀ ଦାଶ, ଲିଳାକ୍ଷୀ ପଣ୍ଡା, ମାନସୀ ପଟ୍ଟନାୟକ, ଉର୍ମି ଦେବୀ, ମଧୁସ୍ମିତା ମହାନ୍ତି, ଅଧ୍ୟାପକ ମିହିର ରଞ୍ଜନ ଶରଣ, ସୁରେନ୍ଦ୍ର ଭୂୟାଁ, ଶ୍ରୀମନ୍ତ କୁମାର ବାରିକ, ଆଶୁତୋଷ ତ୍ରିପାଠୀ, ଉମେଶ ଚନ୍ଦ୍ର ପ୍ରଧାନ, ସାଈସରଣ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର, ଦିବାକର ନାୟକ, ଦିବ୍ୟନାରାୟଣ ପ୍ରଧାନ ତପନ ମହାନ୍ତି ପ୍ରମୁଖ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଧ୍ୟାନ ଶିକ୍ଷକ ତଥା ବରିଷ୍ଟ ସହାୟକ ମୁରଲି ଧର ସାହୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *