ରାଜ୍ୟ

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବା ସହ ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଲଜିଷ୍ଟିକ୍‍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଧିକ ସହଯୋଗର ସମ୍ଭାବନା ସୃଷ୍ଟି ହେବ। ରାଜ୍ୟରେ ୫ ହଜାର କୋଟିର ନିବେଶ ହେବାର ଆଶା ରହିଛି। 

ଲୋକସେବା ଭବନରେ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନେତୃତ୍ବ ନେଇ ଦିଲ୍ଲୀ ଏବଂ ବମ୍ବେରେ ଆମେ ରୋଡ୍ ସୋ’ କରିଥିଲୁ । ସିଙ୍ଗାପୁରକୁ  ଆମ ସରକାରଙ୍କର ଟିମ୍ ଗସ୍ତ କରିଥିଲେ। ଟିମ୍ ସଦସ୍ୟମାନେ ଶିଳ୍ପପତିମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଳାଣ୍ଟ’ ହେବ  । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ  ରାଜ୍ୟ ସରକାରଙ୍କର ସକାରାତ୍ମକ ଆଲୋଚନା ହୋଇଛି।

ଓଡ଼ିଶାକୁ ଆଗକୁ ନେବା ପାଇଁ ଏହା ଉପଯୁକ୍ତ ସମୟ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଫୋକସରେ ରଖିଛନ୍ତି ।  ଓଡ଼ିଶା ବିକଶିତ ଭାରତର ଏକ ଗୁରୁତ୍ବପୁର୍ଣ୍ଣ ଅଂଶ ହେବ। ରାଜ୍ୟରେ ବିଜେପି ସରକାରକୁ ୭ ମାସ ପୂରଣ ହୋଇଛି। ଆମ ସରକାର କହିଥିବା କଥା ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Leave a Reply

Your email address will not be published. Required fields are marked *