ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର: ବହୁ ଚର୍ଚ୍ଚିତ ଠକ ଦଂପତି ହଂସିତା ଓ ଅନୀଲଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ହଂସିତାଙ୍କ ନାମରେ ଯୁବତୀ ଚାଲାଣ ନେଇ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି। ବଣ୍ଟି-ବବଲି ନାମରେ ଚର୍ଚ୍ଚାରେ ଥିବା ଏହି ଦଂପତିଙ୍କ ବିରୋଧରେ ଇମୋରାଲ ଟ୍ରାଫିକ ପ୍ରିଭେନସନ ଆକ୍ଟର ସେକ୍ସକନ ୫ ଲଗାଇ ଇନ୍ଫୋସିଟି ପୁଲିସ ମାମଲା ରୁଜୁ କରିଛି। ଗତ ୧୬ ତାରିଖରେ ଇନ୍ଫୋସିଟି ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥନାରେ ଅଭିଯୋଗ ନେଇ ଗଣମାଧ୍ୟମକୁ ଏହାର ନକଲ ଗଣମାଧ୍ୟମର ହସ୍ତଗତ ହୋଇଛି।
ଏହି ଖବର ପଢ଼ନ୍ତୁ: ସରକାର ମାଗିଲେ ରିପୋର୍ଟ, ୬୦ କୋଟିର ହିସାବ ମିଳୁନି
କେବଳ ସେତିକି ନୁହେଁ ଅପରାଧିକ ଷଡ଼ଯନ୍ତ୍ର ପାଇଁ ୧୨୦(ବି), ଆଇଟି ଆଇନ୍ ମଧ୍ୟ ପୁଲିସ ଲଗାଇଛି। କୌଣସି ଯୁବତୀଙ୍କ ନଗ୍ନ ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରଲ କରିବା କିମ୍ବା ଇଲୋକ୍ଟ୍ରନିକ ଗ୍ୟାଜେଟ ମାଧ୍ୟମରେ ଦେଖାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତେବେ ଯୁବତୀ ଚାଲାଣ ଅଭିଯୋଗ ପରେ, ଏହି ଠକ ଦଂପତିଙ୍କ କାରନାମାକୁ ନେଇ ଖୋଳତାଡ଼ କରୁଛି ସ୍ପେଶାଲ କ୍ରାଇମ ୟୁନିଟ୍I