ରାଜ୍ୟ

ଭରଣପୋଷଣ ମାମଲାରେ ପିତାମାତା ଆଇନଜୀବୀଙ୍କ ସାହାଯ୍ୟ ନେଇପାରିବେ, ଆଇନ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛନ୍ତି ସରକାର

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବିରୋଧ ପରେ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି।  ନୂଆ ଆଇନ କାର୍ଯ୍ୟକାରୀ ହେଲେ ବୃଦ୍ଧ ପିତାମାତା ସେମାନଙ୍କ ପିଲାମାନଙ୍କଠାରୁ ଭରଣପୋଷଣ ନେବା ମାମଲାରେ ଜଣେ ଆଇନଜୀବୀଙ୍କ ସାହାଯ୍ୟ ନେଇପାରିବେ। ବୃଦ୍ଧ ପିତାମାତାଙ୍କ ଭରଣପୋଷଣ ପାଇଁ ପ୍ରସ୍ତୁତ ଆଇନରେ ଆଇନଜୀବୀଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କିନ୍ତୁ ସରକାର ଏହା ମଧ୍ୟ ଚାହୁଁଛନ୍ତି ଯେ, ଆଇନର ମୌଳିକ ଉଦ୍ଦେଶ୍ୟ ଯେପରି ପ୍ରଭାବିତ ହେବନାହିଁ।

ସୂଚନାନୁସାରେ, ‘ପିତାମାତାଙ୍କ ଭରଣପୋଷଣ ଏବଂ କଲ୍ୟାଣ  ତଥା ପିତାମାତା ଓ ବରିଷ୍ଠ ନାଗରିକ ଅଧିନିୟମ’ ଅନୁଯାୟୀ ବରିଷ୍ଠ ନାଗରିକଙ୍କ ମାମଲା ଟ୍ରିବ୍ୟୁନାଲରେ ଆଇନଜୀବୀମାନଙ୍କୁ ଅନୁମତି ଦେବାକୁ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି। କିନ୍ତୁ ଯେଉଁ ପିଲାମାନଙ୍କ ବିରୋଧରେ ମାମଲା ଦାଏର କରାଯିବ ସେମାନଙ୍କୁ ଆଇନଜୀବୀଙ୍କ ସହାୟତା ନେବାକୁ  ଅନୁମତି ଦିଆଯିବ ନାହିଁ।

ଏହି ନୂଆ ଆଇନ ଦ୍ବାରା ଆଇନଜୀବୀଙ୍କ ସହାୟତାରେ ବୃଦ୍ଧ  ପିତାମାତାମାନେ ସେମାନଙ୍କର ଦାବିକୁ ଦୃଢ଼ ଭାବରେ ଉପସ୍ଥାପନ କରିପାରିବେ ଏବଂ ଭରଣପୋଷଣ  ଭତ୍ତା ପାଇପାରିବେ ବୋଲି ଅନୁମାନ କରାଯାଉଛି। ସମ୍ପ୍ରତି ପ୍ରଚଳିତ ଏହି ଆଇନର ଧାରା ୧୭ ଅନୁସାରେ  କୌଣସି ପକ୍ଷ ଟ୍ରିବ୍ୟୁନାଲ କିମ୍ବା ଆପିଲ ଟ୍ରିବ୍ୟୁନାଲ ସମ୍ମୁଖରେ  ହେଉଥିବା ପ୍ରକ୍ରିୟାରେ ଆଇନଜୀବୀଙ୍କୁ ପ୍ରତିନିଧିତ୍ୱ କରିବେ ନାହିଁ।

ଯଦି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଏଭଳି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଏହା ଆଇନର ଧାରାରେ ଏକ ବଡ଼ ପରିବର୍ତ୍ତନ ହେବ। ୨୦୦୭ ରେ ଯେତେବେଳେ ଏହି ଆଇନ ତିଆରି ହେଲା, ସରକାର ଏବଂ ଅନ୍ୟମାନଙ୍କ ସହ ବହୁ ଆଲୋଚନା ପରେ, ଆଇନଜୀବୀଙ୍କୁ ଏଥିରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନିଆଗଲା। ଏହା ପଛରେ ଧାରଣା ଥିଲା ଯେ, ବୃଦ୍ଧପିତାମାତାମାନଙ୍କୁ ସେମାନଙ୍କ ପିଲାମାନଙ୍କ ଅବହେଳା ଏବଂ ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ପାଇଁ ଏହି ଆଇନ ପ୍ରସ୍ତୁତ କରାଯିବ। ପରିବାରରେ ସମସ୍ୟାର ସମାଧାନ ପାଇଁ ଏହା  ପ୍ରଥମ ନିୟମ ଥିଲା ।

କିନ୍ତୁ ଏହା ମଧ୍ୟ ଅନୁଭବ କରାଯାଇଥିଲା ଯେ, ଶୁଣାଣି ଶୀଘ୍ର ଏବଂ କାର୍ଯ୍ୟକାରୀ କରିବା କ‌ୌଣସି ଆଇନଜୀବୀ ବିନା ସମ୍ଭବ ହେଉ ନାହିଁ। ଏହା ମଧ୍ୟ ଆଇନରେ ଲେଖାଯାଇଛି ଯେ, ଭରଣପୋଷଣ ମାମଲାର ଆବେଦନର ୯୦  ଦିନ ମଧ୍ୟରେ ଫଇସଲା କରାଯିବା ଉଚିତ୍। ଆଇନଜୀବୀମାନଙ୍କ ଉପରେ ପ୍ରତିବନ୍ଧକ ବିଶେଷ ଭାବରେ ବୃଦ୍ଧ ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ଥିଲା ।

ଏହି ପ୍ରକ୍ରିୟାରେ ଗୁରୁତ୍ୱ ହେଉଛି ଆଇନରେ ପ୍ରଦତ୍ତ ଦଣ୍ଡବିଧାନ ବ୍ୟବସ୍ଥା ଉ

Leave a Reply

Your email address will not be published. Required fields are marked *