୧୦୩ ଥର ଥାଲେସେମିଆ ରୋଗୀଙ୍କୁ ରକ୍ତ ଦେଇ ନିରୋଜ ଏବେ ଚର୍ଚ୍ଚାରେ।
ବାରିପଦା ୦୯/୦୩ : ରକତ ଦାନ ଅଟଇ ମହାପୂର୍ଣ୍ଣ । ଜଣେ କି ଦୁଇ ଜଣ ନୁହେଁ ୧୦୩ ଥର ଥାଲେସେମିଆ ଓ ରକ୍ତ ଅଭାବ ରୋଗୀଙ୍କୁ ରକ୍ତ ଦାନ କରି ପ୍ରସଂସା ସାଉଁଟୁଛନ୍ତି ବାରିପଦା ସହରର ସମାଜସେବୀ ନିରୋଜ କୁମାର ପୋଥାଳ। ସେ ପେଷାରେ ଜଣେ ଏଲଆଇସିର ଉପଦେଷ୍ଟା ହୋଇଥିବା ସହ ଜଣେ ସମାଜସେବୀ ଭାବରେ ବେଶ ଓଡ଼ିଶାରେ ବେଶ ପରିଚିତ। ଯେ କୌଣସି ବ୍ୟକ୍ତିଙ୍କ ରକ୍ତ ଦରକାର ହେଲେ ଖୋଜ ପଡ଼ିଥାନ୍ତି ନିରୋଜ। ଖବର ପାଇବା ମାତ୍ରେ ସଙ୍ଗେ ନିଜ ଫେସବୁକ ଓ ହୁଆଟଷ୍ଟୋପ ଜରିଆରେ ରକ୍ତ ଯୋଗାଡ଼ କରିବାରେ ସହାୟକ ହୁଅନ୍ତି। ନିଜ ଜୀବନରେ ୧୦୩ ଥର ରକ୍ତ ଦାନ କରି ସମାଜରେ ଏକ ଉଲ୍ଲେଖନୀୟ ବାର୍ତ୍ତା ଦେଇଛନ୍ତି। ପ୍ରତି ତିନି ମାସରେ ଥରେ ଲେଖାଏଁ ରକ୍ତ ଦାନ କରୁଥିବାରୁ ତାଙ୍କର ଏ ମହତ କାର୍ଯ୍ୟ ପାଇଁ ପାଇଁ ସେ ସାଉଁଟୁଛନ୍ତି ପ୍ରଶଂସା। ପୁଣି ଗୁରୁବାର ଦିନ ଜଣେ ଥାଲେସେମିଆ ରୋଗୀ ପାଇଁ ରକ୍ତ ଦାନ କରିଥିବାରୁ କୁନି ଝିଅର ଗରିବ ପିତା ମାତା ତାଙ୍କୁ ଆଶୀର୍ବାଦ କରିଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ରାଜ୍ୟ ଓ ରାଜ୍ୟ ବାହାର ବହୁ ସ୍ଥାନରୁ ସେ ଅନେକ ମାନପତ୍ର ସହ ସମ୍ମାନ ର ଅଧିକାରୀ ହୋଇପାରିଛନ୍ତି। ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ଓ ଥାଲେସେମିଆ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ରହିଥାଏ ଯାହାକି ବିନା ରକ୍ତ ରେ କୌଣସି ଅସ୍ତ୍ରୋପଚାର ହୋଇପାରିବ ଅସମ୍ଭବ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହେଉଛି l ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପ ର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀର ର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ସେ ବହୁ ସ୍ଥାନରେ ରକ୍ତଦାନ ଶିବିର କରାଇବା ସହିତ ରକ୍ତ ଦାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଉଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ କିନ୍ତୁ ଏବେବି ଅନେକ ସମସ୍ୟା ରହିଛି ଯାହା କି ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରି ନାହିଁ, ଯେପରି କି ବାରିପଦା ରକ୍ତ ଭଣ୍ଡାରରେ ଜିଲ୍ଲାର ରକ୍ତ ସଂଗ୍ରହ କରିବା ସକାଶେ କେବଳ ଗୋଟାଏ ଭ୍ୟାନ୍ ଉପଲବ୍ଧ ରହିଛି। ଆହୁରି ଲଜ୍ଜା ଓ ଦୁଃଖର ବିଷୟ ଯେ ପିଆରଏମ ମୁଖ୍ୟ ଡାକ୍ତରଖାନାକୁ ଅଧିକାଂଶ ରୋଗୀ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରାଜ୍ୟରୁ ଆସୁଥିବା ବେଳେ ଜିଲ୍ଲାବାସୀଙ୍କୁ ରକ୍ତ ମିଳୁନାହିଁ। ତଥାପି ଅଧିକାଂଶ ସମୟରେ ରାଜ୍ୟ ଓଡିଶା ମୋ ପରିବାର, ଭଂଜସେନା, ଫ୍ରେସନ୍ସ କ୍ଲବ, କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ରୋଟାରି କ୍ଲବ ଭଳି ବିଭିନ୍ନ ଅନୁଷ୍ଠାନ ସହିତ ସ୍ଵେଚ୍ଛାକୃତ ଯୁବ ରକ୍ତଦାତା ଓ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଙ୍କ ଦୃଢ଼ ଇଚ୍ଛା ଶକ୍ତି, ଉତ୍ସାହ, ଉତ୍ସର୍ଗୀକୃତ ସେବା, ଅକ୍ଲାନ୍ତ ପରିଶ୍ରମ ରକ୍ତଦାନ ଶିବିର ଆୟୋଜନ ସହ ରକ୍ତ ସଂଗ୍ରହ କରି ଏକ ମାଇଲ ଖୁଣ୍ଟ କୁ ଅତିକ୍ରାନ୍ତ କରିଛି ଏବଂ ଦୀର୍ଘ ୧୯ ବର୍ଷ ର ରେକର୍ଡ ଭାଙ୍ଗିଛି । ଯାହାକି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ । ଶ୍ରୀ ପୋଥାଳ ବର୍ତମାନ ଅନେକ ଲୋକଙ୍କ ରକ୍ତ ହୀନତା ଓ ରକ୍ତର ଅଭାବ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ଏହି ରକ୍ତ ଦାନ କାର୍ଯ୍ୟକ୍ରମକୁ ଏକ ସ୍ବତନ୍ତ୍ର ଆନ୍ଦୋଳନ ଭାବରେ କାର୍ଯ୍ୟ କରି ଏ ଦିଗରେ ରୋଗୀ ଙ୍କ ସମ୍ପର୍କୀୟ , ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ଓ ଉତ୍ସାହ ବଢାଇବା ଉଦ୍ଦେଶ୍ୟରେ ଆହୁରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଓ ଏଥି ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି।