ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକସେବା ଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୧୦ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ବୈଠକ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକ ସମ୍ମିଳନୀ କରି ଏମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ପନିପରିବା ନଷ୍ଟ ନହେବା ପାଇଁ ଶୀତଳ ଭଣ୍ଡାର ଖୋଲିବା ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଶୀତଳ ଭଣ୍ଡାର ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୫୮ଟି ସବ୍ ଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି
ସେହିପରି ସାଧାରଣ ବର୍ଗଙ୍କର ନିବେଶ ଖର୍ଚ୍ଚର ୫୦ ପ୍ରତଶିତ ଅବା ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ୍ ପ୍ରଦାନ କରାଯିବାର ଯୋଜନା ରହିଛି । ଶୀତଳ ଭଣ୍ଡାର ୟୁନିଟ ଗୁଡ଼ିକୁ ଏପିସି କ୍ଲଷ୍ଟର ସହ ସଲଗ୍ନ କରାଯିବ ।