ରାଜ୍ୟ

ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ ଜାତୀୟତାବାଦୀଙ୍କ ଦ୍ଵାରା ଏକ ଅସ୍ଥାୟୀ ଭାରତୀୟ ସରକାର ଗଠନ କରିଥିଲେ। ଏହାର ନାମ ରଖିଥିଲେ ‘ଆଜାଦ୍ ହିନ୍ଦ୍ ଫୌଜ’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ନେତାଜୀ ଜୟନ୍ତୀ ଅବସରରେ କଟକରେ ଆୟୋଜିତ ‘ପରାକ୍ରମ ଉତ୍ସବ’ରେ ଯୋଗଦେଇ ଗୁରୁବାର ଶ୍ରୀ ମାଝୀ କହିଛନ୍ତି ୧୯୪୩ ମସିହା ଡିସେମ୍ବରରେ ଜାପାନ ସହାୟତାରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ଆଜାଦ୍ ହିନ୍ଦ ଫୌଜର ପ୍ରଥମ ସରକାର ପ୍ରତିଷ୍ଠା କରିଥିଲେ। ଏହାକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ମସିହା ଡିସେମ୍ବର ୩୦ ତାରିଖ ଦିନ ସେଠାରେ ଥିବା ୩ ଗୋଟି ଦ୍ଵୀପ ଯେପରିକି ରସ୍ ଦ୍ବୀପକୁ ନେତାଜୀ ସୁବାସ ବୋଷ ଦ୍ଵୀପ, ନିଲ୍ ଦ୍ବୀପକୁ ସହିଦ ଦ୍ଵୀପ ଏବଂ ହାଭେଲକ ଦ୍ଵୀପକୁ ସ୍ଵରାଜ ଦ୍ଵୀପ ଭାବେ ନାମକରଣ କରିଛନ୍ତି।

Leave a Reply

Your email address will not be published. Required fields are marked *