ରାଜ୍ୟ

ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା: ଜଣେ ମୃତ, ୨ ଗୁରୁତର

ବାଇକ୍‌ ଆରୋହୀଙ୍କ ଉପରେ ଏକ ଦ୍ରୁତଗାମୀ ହାଇୱା ମାଡ଼ିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଷଠିପୁର ନିକଟ ୧୬ ନଂ ଜାତୀୟ ରାଜପଥ ଉପରେ ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ପ୍ରମୋଦ ବେହେରା। ଆହତ ତ୍ରିଲୋଚନ ଓ ଗଦାଦଧ ବେହେରାଙ୍କ ଅବସ୍ଥା ଗୁରୁତର ଅଛି।ଯାଜପୁର ଟାଉନ ଅଞ୍ଚଳର ପ୍ରମୋଦ ବେହେରା, ତ୍ରିଲୋଚନ ବେହେରା ଓ ପ୍ରୀତିପୁର ଅଞ୍ଚଳର ଗଦାଧର ବେହେରା ଏକ ବାଇକ୍‌ରେ କୌଣସି କାମରେ ଯାଉଥିଲେ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧୀନ ଷଠିପୁର ନିକଟ ୧୬ ନଂ ଜାତୀୟ ରାଜପଥ ଉପରେ ତାଙ୍କ ଉପରେ ଏକ ଦ୍ରୁତଗାମୀ ହାଇୱା ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *