ରାଜ୍ୟ

ସାଇଜର ରେ ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା:ଦୃଷ୍ଟିବାଧିତ) ପାଠ୍ୟକ୍ରମ ର ପ୍ରଥମ ସେମିଷ୍ଟାର ପରୀକ୍ଷା ରେ ବ୍ୟତିକ୍ରମ

ଭୂବନେଶ୍ବର ର ସାଇଜର ପ୍ରଶିକ୍ଷଣ ଅନୁଷ୍ଠାନ ରେ ନୂତନ ଭାବେ ଖୋଲିଥିବା ଦୁଇ ବର୍ଷିଆ ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା:ଦୃଷ୍ଟିବାଧିତ) ପାଠ୍ୟକ୍ରମ ର ପ୍ରଥମ ସେମିଷ୍ଟାର ପରୀକ୍ଷାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।ଏହି ଅନୁଷ୍ଠାନ ଭାରତୀୟ ପୁନର୍ବାସ ପରିଷଦ,ସାମାଜିକ ସଶକ୍ତିକରଣ ବିଭାଗ ଦ୍ବାରା ପରିଚ଼ାଳିତ ତତସହିତ ଏହି ଅନୁଷ୍ଠାନ ର ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ପାଠ୍ୟକ୍ରମ ଉତ୍କଳ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ।ଏହି ଅନୁଷ୍ଠାନ ରେ ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ରେ ନାମଲେଖା ପାଇଁ ଫର୍ମ ପକାଇବାର ଶେଷ ତାରିଖ ର ଜାନୁୟାରୀ ମାସ ୨୦ ତାରିଖ ଥିଲା।ତା’ପରେ ବର୍ତ୍ତମାନ ବି.ଇଡ଼ି(ସ୍ବତନ୍ତ୍ର ଶିକ୍ଷା) ର ପ୍ରଥମ ସେମିଷ୍ଟାର ର ପରୀକ୍ଷା ଆରମ୍ଭ ମାର୍ଚ୍ଚ ମାସ ୨୧ ତାରିଖ ରେ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ନୋଟିସ୍ ବାହାରିଯାଇଛି।ଏହା ପୂର୍ବରୁ ଛାତ୍ରଛାତ୍ରୀ ମାନେ ପରୀଷା ପାଇଁ ଫର୍ମ ପୂରଣ ମଧ୍ୟ କରିସାରିଥିବେ।ଏହି ପ୍ରଶିକ୍ଷଣ ଅନୁଷ୍ଠାନ ରେ ୧ ମାସ ୧୫ ଦିନ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖା,ଫର୍ମ ପୂରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପ୍ରଥମ ସେମିଷ୍ଟାର ର ସମସ୍ତ ପାଠ କିଭଳି ଭାବରେ ପଢ଼ାଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଛାତ୍ରଛାତ୍ରୀ ମାନେ ଏତିକି କମ୍ ଦିନ ମଧ୍ୟରେ ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତ ହେବେ,ତାହା ସବୁଠୁ ବଡ଼ ପ୍ରଶ୍ନବାଚ଼ୀ।ଏହା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *