ରାଜ୍ୟ

ନିଖୋଜ ହୋଇଯାଇଛି ‘ମାଘ’ ମାସର ବାଘ ଭଳି ଶୀତ-ଜାଡ଼

ଭୁବନେଶ୍ବର: ମାଘ ମାସର ବାଘ ଭଳି ଶୀତ ଓ ଜାଡ଼ ଆଉ ନାହିଁ। ମୟୂରଂଭଜ, ସୁନ୍ଦରଗଡ଼, କୋରାପୁଟ, କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଏବେ ରାତିରେ ଶୀତ ଅନୁଭୂତ ହେଉଥିବା ବେଳେ ଦିନ ବେଳା ଶୀତଋତୁର ପ୍ରଭାବ ଆଉ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଳବାୟୂ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି। ଜାନୁଆରି ଶେଷ ହୋଇ ନଥିବା ବେଳେ ଗ୍ରୀଷ୍ମଋତୁର ପ୍ରାକ୍ ସୂଚନା ମିଳିସାରିଛି। ରାଜ୍ୟରେ ତାପମାତ୍ରା ୧୮ ଡିଗ୍ରି ରେକର୍ଡ ହୋଇଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ପାଇଁ କୁହୁଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି

Leave a Reply

Your email address will not be published. Required fields are marked *