ରାଜ୍ୟ

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଛି’

ଭୁବନେଶ୍ବର: ଦୁଇ ଦିନ ପରେ ଭୁବନେଶ୍ବରରେ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜନତା ମଇଦାନରେ ଆୟୋଜିତ ୨ ଦିନିଆ ମେଗା କାର୍ଯ୍ୟକ୍ରମରେ ଶିଳ୍ପ ଜଗତର ଜଣାଶୁଣା ଚେହେରା ଯୋଗ ଦେବେ। ରାଜ୍ୟର ସ୍ଥାୟୀ ଅଭିବୃଦ୍ଧିକୁ ଅଗ୍ରଗତି କରିବାର ଲକ୍ଷ୍ୟ ନେଇ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିକଶିତ ଓଡ଼ିଶା ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଅପରାହ୍‌ଣରେ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା-୨୦୨୫’କୁ ଜାନୁଆରି ୨୮ ତାରିଖ ଦିନ ଉଦ୍‌ଘାଟନ କରିବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଜୁଏଲ ଓରାମ ଯୋଗ ଦେବେ।

Leave a Reply

Your email address will not be published. Required fields are marked *