ରାଜ୍ୟ

ବେଟିବଚାଅ ବେଟିପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ,୯/୩/୨୩

ଆଜି ଓଡ଼ଗାଁ ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ମଝିଆଖଣ୍ଡ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ,ପଞ୍ଚାୟତ ପ୍ରତିନିଧି ଓ ଛାତ୍ର ଅଭିଭାବକ ଏଭଳି ମୋଟ ୬୦ ଜଣଙ୍କୁ ନେଇ ବେଟିବଚାଅ ବେଟିପଢାଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ସାଧନକର୍ମୀ ରଞ୍ଜନ କୁମାର ଦାଶ ଯୋଗ ଦେଇ ପ୍ରଥମେ ସଭିଏଁ ବ୍ୟକ୍ତିଗତ ପରିଚୟ ପ୍ରଦାନ କରିଥିଲେ।ପରେ ଶିକ୍ଷାର ଗୁରୁତ୍ୱ,ବାଳକ ବାଳିକା ମାନଙ୍କୁ ଶିକ୍ଷାରେ ସମାନଅଧିକାର ଦେବା,ନାରୀଶିକ୍ଷା କୁ ନେଇ ଥିବା କୁପ୍ରଥା ଓ ଅନ୍ଧବିଶ୍ୱାସ କୁ ଦୂରେଇବା,ଶିଶୁ ଶ୍ରମିକ,ଶିଶୁ ନିର୍ଯ୍ୟାତନା,ବାଲ୍ୟବିବାହ,ଭୃଣହତ୍ୟା,ବାହାରରାଜ୍ୟକୁ ହେଉଥିବା ଝିଅଚାଲାଣ,ଶିଶୁଯୌନଶୋଷଣ, ଅବାଞ୍ଛିତ ଗର୍ଭଧାରଣ,ଝିଅ ମାନଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।ଯଦି ଏଭଳି କାର୍ଯ୍ୟ କୁ କେହି ପ୍ରୋତ୍ସାହିତ କରନ୍ତି ତେବେ ୧୦୯୮ ନମ୍ବର କୁ ତୁରନ୍ତ ଫୋନ କରିବା ସହିତ ନିକଟସ୍ଥ ପୋଲିସ, ଶିଶୁ/ମହିଳା ବିକାଶକର୍ମୀ ଙ୍କୁ ଜଣେଇଵା କୁ ଶ୍ରୀଯୁକ୍ତ ଦାଶ ଜଣେଇଥିଲେ। ଏଭଳି କୁ ପ୍ରଥା ବିରୁଦ୍ଧରେ ସଭିଏଁ ଆଗେଇ ଆସିବାପାଇଁ ସମୁହ ଶପଥପାଠ କରାଯାଇଥିଲା।ପରିଶେଷରେ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କରାଯାଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଗୌରବ ସାହୁ,ଶୁଭଶ୍ରୀ ବିଶୋୟୀ,ବର୍ଷାରାଣୀ ପ୍ରଧାନ, ବିଷ୍ଣୁପ୍ରିୟା ବିଶୋୟୀ, ରିଣ୍ଟୁଜେନା ଓ ଅନୁସୂୟା ନାୟକଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲାଏବଂ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଜିତ କୁମାର ଜୟସିଂ ପରିଚାଳନା କରିଥିବାବେଳେ ଶିକ୍ଷକ ସୁଧିର ସାହୁ,ଯାମିନୀ ସାହୁ ଓ ଗିତାଞ୍ଜଳୀ ସାହୁ ସହଯୋଗ କରିଥିଲେ।ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭାଲିଆଡିହିରେ ସାଧନକର୍ମୀ ପ୍ରତାପଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିକ୍ଷକ ପ୍ରଶାନ୍ତ କୁମାର ପଟ୍ଟନାୟକ,ରାଜସିଂ ବେହେରା ଓ ବିଜୟ କୁମାର ସାହୁ ସହଯୋଗ କରିଥିଲେ ।ବେଟିବଚାଅ ବେଟିପଢାଅ କାର୍ଯ୍ୟକ୍ରମ ଆଜି ଓଡ଼ଗାଁ ବ୍ଳକ୍ ର ୧୫ଟି ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *