ରାଜ୍ୟ

ପାଣି ଟାଙ୍କି ଉପରେ  ରିଲ୍ସ କରୁଥିବା ବେଳେ ତଳେ ପଡ଼ିଗଲେ ଯୁବକ, ହେଲା ମୃତ୍ୟୁ

ଉତ୍ତରପ୍ରଦେଶର ମେରଠରେ ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ସାଉଁଟିବା ପାଇଁ ଚାହୁଁଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ସୂଚନାଯୋଗ୍ୟ, ସିଭିଲ ଲାଇନ ଥାନା ଅଞ୍ଚଳର ବାସିନ୍ଦା ଅନିକେତ ତାଙ୍କ ମାମୁଁଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଅନିକେତଙ୍କ ରିଲ୍ସ ପ୍ରତି ଖୁବ ଦୁର୍ବଳତା ରହିଛି। ମାମୁଁ ଘର ଗାଁର କିଛି ସାଙ୍ଗଙ୍କ ସହ ମିଶି ରିଲ୍ସ ପାଇଁ ଅନିକେତ ଏକ ଉଚ୍ଚପାଣି ଟାଙ୍କି ଉପରକୁ ଚଢ଼ି ଯାଇଥିଲେ।

ଏଠାରେ ସେ ରିଲ୍ସ କରୁଥିବା ବେଳେ ଭାରସାମ୍ୟ ହରାଇ ପାଣି ଟାଙ୍କିରୁ ତଳକୁ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାରେ ଅନିକେତଙ୍କ  ଶରୀରର ଅନେକ ସ୍ଥାନର ହାଡ ଭାଙ୍ଗି ଯାଇଥିଲା। ଡାକ୍ତରମାନେ ଅନିକେତଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *