ଦିଗପହଣ୍ଡି ବ୍ଲକ୍ ମହିଳା ବିଜେଡ଼ି ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ଦିଗପହଣ୍ଡି ବ୍ଲକ୍ ମହିଳା ବିଜେଡ଼ି ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଦିଗପହଣ୍ଡି ବ୍ଲକ୍ କାଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ମଧୁବନ – ବୋରିପଦର କୋକନଥେଶ୍ୱର୍ ପୀଠରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ବିରାଟ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଇଠଖଣ୍ଡି ସରପଞ୍ଚ ଶ୍ରୀ ମନୋରଂଜନ ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି ଐତିହାସିକ କାର୍ଯ୍ୟକ୍ରମରେ ଦିଗପହଣ୍ଡି ମହିଳା ବିଜେଡ଼ି ସଭାପତି ଶ୍ରୀମତୀ ଉମା ମାହେଶ୍ୱରୀ ସେଠୀ ସଭାପତିତ୍ତ୍ଵ କରିଥିଲା ବେଳେ, ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ କୁକୁଦଖଣ୍ଡି ମହିଳା ବିଜେଡ଼ି ସଭାପତି ଶ୍ରୀମତୀ ନିରୁପମା ପାତ୍ର, କୁକୁଡ଼ଖଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀମତୀ ବିଷ୍ଣୁପ୍ରିୟା ପାତ୍ର, ଦିଗପହଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀମତୀ ସୁକାନ୍ତି ପ୍ରଧାନ, ଜିଲ୍ଲା ସମ୍ପାଦିକା ପ୍ରିୟମ୍ବଦା ପାଢୀ, ନମିତା ପାତ୍ର, NAC ସାଂସଦ ପ୍ରତିନିଧି ଶ୍ରୀମତୀ ନିରୁପମା ପଟନାୟକ, ନଗର ମହିଳା ବିଜେଡ଼ି ବିଜେଡ଼ି ସଭାପତି ଅନିତା ବେହେରା, ଜିଲ୍ଲା ମହିଳା ଡିଜିଟାଲ ସେକ୍ରେଟାରୀ ଶ୍ରୀମତୀ ରଶ୍ମିତା କୁମାରୀ ପ୍ରଧାନ ଯୋଗଦେଇ ମହିଳା ସଶକ୍ତିକରଣ ପାଇଁ ବିଜେଡ଼ି ଦଳ ତଥା ନବୀନ ପଟନାୟକ ସରକାରଙ୍କ ବିଭିନ୍ନ ଯୁଗାନ୍ତକରି ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକର ସରପଞ୍ଚ କାମିନୀ ନାୟକ, ସୁଦଶ୍ନା ସାହୁ, ଲକ୍ଷ୍ମୀ ମହାକୁଡ, ସମିତି ସଭ୍ୟ ଲକ୍ଷ୍ମୀ ସ୍ୱାଇଁ, ପ୍ରତିମା ମାଲିକ, ସୁନୀତା ସେଠୀ ଏବଂ ଦିଗପହଣ୍ଡି ବ୍ଲକ୍ ସରପଞ୍ଚ ଜୟଲକ୍ଷ୍ମି ଗୌଡ, ମିନତି ଜାନୀ, ଗାୟତ୍ରୀ ବ୍ରହ୍ମା,ପ୍ରିୟଙ୍କା ନାୟକ, ସମିତି ସଭ୍ୟ କାମିନୀ ପ୍ରଧାନ, ଶୈଳ ବେହେରାଙ୍କ ସମେତ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ଅଧିକାଂଶ ମହିଳା ପ୍ରତିନିଧିଙ୍କ ସହ ୩୦୦୦ ଉର୍ଦ୍ଧ୍ବ ମହିଳା ଯୋଗଦେଇ ମହିଳା ସଶକ୍ତି କରଣ ଓ ତା ପାଇଁ ବିଜେଡ଼ି ସରକାର ତଥା ସୂର୍ଯ୍ୟ ବାବୁ ଓ ବିପ୍ଳବ ବାବୁଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କାଇଖଣ୍ଡି ପଞ୍ଚାୟତ ଏବଂ ଜୀବନବିନ୍ଦୁ ସହଯୋଗରେ ଶ୍ରୀମତୀ ପଲ୍ଲବୀ ରାଣୀ ଗୌଡଙ୍କ ସଂଯୋଜନାରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଜିଲ୍ଲା ଉପସଭାପତି କ୍ରୀଷ୍ଣା ରାଓ ସୁବୁଦ୍ଧି, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ନିରଞ୍ଜନ ରେଡ୍ଡୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ଯୁବ ବିଜେଡ଼ି ସଭାପତି ରଞ୍ଜନ ସାହୁ, ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଚିତ୍ରସେନ ଗୌଡ, ଆଦିତ୍ୟ ସାହୁ, ସନ୍ତୋଷ ଦୋରା, କୃଷ୍ଣ ଚନ୍ଦ୍ର ସେଠୀ, ମୁନା ପଣ୍ଡା, ନକୁଳ ପ୍ରଧାନ, ଟ୍ରିପତି ପ୍ରଧାନ, ରାମେଶ୍ବର ପାଣିଗ୍ରାହୀ, ସମୀର ବେହେରାଙ୍କ ସମେତ ଦିଗପହଣ୍ଡି ବ୍ଲକ୍ ଓ କଇଥଖାଣ୍ଡି ପଞ୍ଚାୟତର ଅନେକ ବିଜୁ ପ୍ରେମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।