ଅଷ୍ଟମ ଅଭିଯୋଗ ଶୁଣାଣିରେ ୧୦୦୦ ଦରଖାସ୍ତ ପଞ୍ଜିକୃତ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଷ୍ଟମ ଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ୧୦୦୦ ଦରଖାସ୍ତ ପଞ୍ଜିକୃତ ହୋଇଛି। ୭୦୦ ଅଭିଯୋଗ ଶୁଣି କାର୍ଯ୍ୟକରି କରିବାକୁ ବିଭିନ୍ନ ବିଭାଗକୁ ପଠାଯାଇଛି।ଆଜି ବୌଦ୍ଧ ଜିଲ୍ଲାର ଜଣେ ଶିଶୁକୁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ମାଧ୍ୟମରେ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି. ତାଙ୍କର ଘର ନଥିବାରୁ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି. ୯୦ ଦିନ ଭିତରେ ଆବେଦନର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।