ମହର୍ଷି ପବ୍ଲିକ ସ୍କୁଲର ୨୦ତମ ବାର୍ଷକ ଉତ୍ସବ ପାଳିତ
ନୟାପଲ୍ଲୀସ୍ଥିତ ମହର୍ଷି ପବ୍ଲିକ ସ୍କୁଲର ୨୦ତମ ବାର୍ଷକ ଉତ୍ସବ ମହା ଧୁମ୍ଧାମରେ ଭୁବନେଶ୍ୱରସ୍ଥିତ ଗୁରୁକେଳୁଚରଣ ପ୍ରେକ୍ଷାଳୟରେ ସମ୍ପନ୍ନ ହୋଇଯାଇଅଛି । ପ୍ରାରମ୍ଭିକ ଗୁରୁପୂଜନ ସହ ନିର୍ଦ୍ଦେଶିକା ଶ୍ରୀମତୀ ହେନା ମହପାତ୍ର ଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପୂର୍ବତନ ଭୁବନେଶ୍ୱର ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର, ନାଇଜରର କୁଳ ସଚିବ ଡକ୍ଟର ଅଭୟ ନାୟକ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ଉତ୍ତର ବିଧାୟକ ଶ୍ରୀ ପ୍ରିୟଦର୍ଶି ମିଶ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ସ୍ୱନାମ ଧନ୍ୟ ଗାୟିକା ମିସ ବର୍ଣ୍ଣାଳୀ ହୋତା, ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ , ବିଶିଷ୍ଟ ସମାଜସେବୀକା ପରିଚୟ ଫାଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଲିପି ପାଟ୍ଟଶାଣୀ ମିଶ୍ର, ଆଧ୍ୟାତ୍ମିକ ବକ୍ତା ମିହିରି ଜେନା, ମହର୍ଷି ପବ୍ଲିକ ସ୍କୁଲ ସମୁହ ଓ ବୈଦିକ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ପ୍ରମୁଖ ଅତିଥିଗଣ ଛାତ୍ରଛାତ୍ରୀମାନଙ୍କୁ ମହର୍ଷିଙ୍କ ଜ୍ଞାନ ଓ ଜୀବନ ଦର୍ଶନ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଦ୍ୱାରା ପରିବେଷଣ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍କୁଲ ପରିଚାଳିକା ବୁଲ୍ବୁଲ୍ ବିଶ୍ୱାସ ସମସ୍ତ ଅଭିଭାବକ ଏବଂ ନିମନ୍ତ୍ରିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।