ରାଜ୍ୟ

ଜାଗ ମୟୁରଭଞ୍ଜ ପକ୍ଷରୁ ମହିଳା ଦିବସ ପାଳିତ

ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହିଁ ମୂଳ ଲକ୍ଷ୍ୟ

ଖୁଣ୍ଟା –
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ବଡ଼ଫେଣି ପଞ୍ଚାୟତର ଛତ୍ରମା ଗ୍ରାମରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଜାଗ ମୟୂରଭଞ୍ଜ ଜାଗର ଅଧ୍ୟକ୍ଷ ତଥା ଦିବ୍ୟାଙ୍ଗ ମହାସଙ୍ଘ ଜିଲ୍ଲା ସଭାପତି ଅରୁଣ କୁମାର ବେହେରାଙ୍କ ନେତୃତ୍ୱରେ
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ମହିଳା ଯୋଗ ଦେଇଥିଲେ । ଏବଂ ମହିଳା ଶସକ୍ତିକରଣ ନିମନ୍ତେ ସଚେତନତା ସୃଷ୍ଟି ନିମନ୍ତେ ଏକ ସଭା ଯାତ୍ରା ରେ ବାହାରି ବିଭିନ୍ନ ସ୍ଲୋଗାନମାନ ଦେଇ
ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ ।
ଇତି ଅବସରରେ ଛତ୍ରମା ହାଟ ପଡ଼ିଆରେ ମହିଳା ମାନଙ୍କୁ ନେଇ ଅନୁଷ୍ଠିତ ସଭା କାଯ୍ୟରେ ମୁଖ୍ୟ ଅତିଥି ଭାବେ ଖୁଣ୍ଟା ବ୍ଲକ ର ଉପାଧ୍ଯକ୍ଷା ଜବା କିସ୍କୁ ,ସମ୍ମାନିତ ଅତିଥି ସରପଞ୍ଚ ନିୟତି ନାୟକ , ପୁର୍ବତନ ସରପଞ୍ଚ ଶ୍ରୀନିବାସ ନାୟକ, ଏମବିକେ ଶୁଭଶ୍ରୀ ନାଥ,ବାଘରାଏ କିସ୍କୁ, ପୁଷ୍ପଲତା ଦାସ ଉପସ୍ଥିତ ରହି ସମୟ ସହିତ ମହିଳାମାନେ ସମାଜ ଏବଂ ରାଷ୍ଟ୍ର ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି। କ୍ରୀଡା ଠାରୁ ଆରମ୍ଭ କରି ମନୋରଞ୍ଜନ ଏବଂ ରାଜନୀତି ଠାରୁ ସାମରିକ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପର୍ଯ୍ୟନ୍ତ ମହିଳାମାନେ କେବଳ ଜଡିତ ନୁହଁନ୍ତି ବରଂ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି।
ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କ ମଧ୍ୟରେ ଅତ୍ମବିଶ୍ୱାସ ବୃଦ୍ଧି କରିବା ହିଁ ଆନ୍ତର୍ଜାତୀୟ ମହିଳା ଦିବସ ର ମୂଳ ଲକ୍ଷ୍ୟ ବୋଲି ସୁଚାଇ ଥିଲେ । ଏହି ଦିବସ ପାଳନ ପରିପେକ୍ଷିରେ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି କୃତ୍ତି ଅର୍ଜନ କରିଥିବା ମହିଳା ମାନଙ୍କୁ ଅତିଥିଗଣଙ୍କ ପୁରସ୍କୃତ କରିଥିଲେ । ଶେଷରେ ତପସ୍ୱୀନି ରଣା ଓ ତିଳତ୍ତମା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *