ଅଜଣା ଗାଡ଼ି ଧକା ରେ ବାପ ମୃତ ପୁଅ ଗୁରୁତର
ଖୁଣ୍ଟା –
ଖୁଣ୍ଟା ଥାନା ଅଧିନ ତଥା ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ଟିଟିଆ ଛକ ଠାରେ ଅଜଣା ଗାଡ଼ି ଧକା ରେ ବାଇକ ରେ ଥିବା
ପୁଅ ଗୁରୁତର ହୋଇଥିବା ବେଳେ ୮୦ ବର୍ଷୀୟ ବାପାଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ , ଶୁକ୍ରବାର ସଂଧ୍ୟା ସମୟରେ ଉକ୍ତ ଥାନା ଅଧିନ ଭୁପଡ଼ ଗ୍ରାମର ଲସ ସରେନ ତାଙ୍କର ବାପା ଗୁଡରା ସରେନ ଙ୍କ ସ୍ଵାସ୍ଥ୍ୟ ଦେଖାଇବାପାଇଁ ଡୁକୁରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ତେବେ ଔଷଧ ନେଇ ଘରକୁ ଏକ ବାଇକ ଯୋଗେ ଡୁକୁରା ରୁ ଭୁପଡ଼ ଫେରୁଥିବା ସମୟରେ ଟିଟିଆ ଛକଠାରେ ପଛ ପଟୁ ଦୃତ ଗତିରେ ଆସୁଥିବା କାର ଟି ବାଇକଟିକୁ ଧକା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଫଳରେ ବାଇକ ରେ ଥିବା ବାପ ଗୁଡ଼ରା ଓ ପୁଅ ଲସ
ଗୁରୁତର ହୋଇ ରାସ୍ତା ଉପରେ ପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଖୁଣ୍ଟା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ବାପ ଗୁଡ଼ରାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ପୁଅ ଲସଙ୍କର ସ୍ଵାସ୍ଥ୍ୟବସ୍ଥାଉଦବେଗଜନକ ଥିବାରୁ ତାଙ୍କୁ ପରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରୀତ କରାଯାଇଥିବା ଜଣାଯାଇଛି ।