ବିଧାନସଭାରେ ହଟ୍ଟଗୋଳ: ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଲେ.
ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନରେ ବୁଧବାର ମଧ୍ୟ ହଟ୍ଟଗୋଳ ଦେଖାଯାଇଛି। ଏଥି ପାଇଁ ବାଚସ୍ପତିଙ୍କୁ ଗୃହ ମୁଲତବି ରଖିବାକୁ ପଡ଼ିଛି। ପଏଣ୍ଟ ଅଫ୍ ଅଡର ଜରିଆରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ବିରୋଧୀ ଦଳ ବାଧକ ସାଜିବାର କାରଣ କଣ ? କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେବା ପାଇଁ ବିରୋଧୀମାନେ ଗୃହକୁ ବାରମ୍ବାର ବନ୍ଦ କରୁଛନ୍ତି। ଅଚ୍ୟୁତ ସାମନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସଂକଳ୍ପବଦ୍ଧ।
ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ପଏଣ୍ଟ ଅଫ୍ ଅଡର ଆଣି ବିଜେପି ବିଧାୟକ ଇରଶିସ ଆଚାର୍ଯ୍ୟ ଓ ସନାତନ ବିଜୁଳି ମଧ୍ୟ ବର୍ଷିଛନ୍ତି। ସେମାନେ କହିଛନ୍ତି ପୁରା ଓଡ଼ିଶା ଦେଖୁଛି ବିଜେଡି ଦୁଇ ଫଳ ହୋଇସାରିଛି। ବିଜେଡିର ଦୁଇମୁହାଁ ନୀତି ଦେଖିବାକୁ ମିଳୁଛି। ଜଣେ ବରିଷ୍ଠ ବିଧାୟକ କହୁଛନ୍ତି କିନ୍ତୁ ତାଙ୍କର ବିଧାୟକ ପ୍ରତିବାଦ କରୁଛନ୍ତି।