ରାଜ୍ୟ

ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ଗାଁ,୧୦/୦୩(ନି.ପ୍ର)- ଆଜି ଓଡ଼ଗାଁ ଶିକ୍ଷା ମଣ୍ଡଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନରେ ଥିବା ସରକାରୀ ଉ.ପ୍ରା.ବିଦ୍ୟାଳୟ, ଦଣ୍ଡୋରରେ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଉଭୟ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ପରସ୍ପରକୁ ଆପ୍ୟାୟିତ କରିବା ପାଇଁ ଏକ ଭୋଜିଭାତ ମଧ୍ୟ ବ୍ୟବସ୍ଥା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲୋଟସ୍ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ପବିତ୍ର ମୋହନ ସାହୁ, ବୁଦ୍ଧିଆ ପାତ୍ର, ଯଶୋବନ୍ତ ପଟ୍ଟନାୟକ, ଜିତେନ୍ କୁମାର ଡାକୁଆ,ଶିକ୍ଷୟିତ୍ରୀ ସୁନିତା ସେଠୀ,ଜାନକୀ ପଣ୍ଡା, ଝିଲିବାଳା ଦାସ ଓ ସୁଶାନ୍ତି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ବିଭିନ୍ନ ଉପଦେଶ ଦେଇଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରସନ୍ନ କୁମାର ରାଉତ,ଉପସଭାପତି ପୁଷ୍ପାଞ୍ଜଳି ସାହୁ ଏବଂ ଅନ୍ୟ ସଭ୍ୟସଭ୍ୟାମାନେ ମଧ୍ୟ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତରେ ଭଲକାମ କରି ବିଦ୍ୟାଳୟର ସୁନାମ ରଖିବାକୁ ପରାମର୍ଶ ଦେଇଥିଲେ।ସପ୍ତମ ଶ୍ରେଣୀ ତରଫରୁ ପ୍ରତ୍ୟାଶା ଦେବାଶ୍ରିତା,ଲୋରୀ ପଲେଇ,କୁମାର ଦେବଦତ୍ତ,ସମ୍ୟକ ପଣ୍ଡା ଏବଂ ଅଷ୍ଟମ ଶ୍ରେଣୀ ତରଫରୁ ସୁଚିତ୍ରା ପ୍ରିୟଦର୍ଶିନୀ ପରିଡ଼ା, ଶୁଭମ୍ ସ୍ୱାଇଁ ପ୍ରମୁଖ ବିଦ୍ୟାଳୟ ମଧ୍ୟରେ ବିତାଇଥିବା ଦିନଗୁଡିକର ସ୍ମୃତିଚାରଣ କରିବା ସମୟରେ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ।ସର୍ବଶେଷରେ ବିଦ୍ୟାଳୟ ତରଫରୁ ଅଷ୍ଟମ ଶ୍ରେଣୀର ସମସ୍ତ ବିଦାୟୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ସେମାନଙ୍କର ଅବିସ୍ମରଣୀୟ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *