ରାଜ୍ୟ

ଦୀର୍ଘ ୫ ବର୍ଷ ହେଲା ବସୁଧା ପ୍ରକଳ୍ପ ଅଧାଗଢ଼ା: ପାନୀୟ ଜଳ ପାଇଁ ମହିଳା ହନ୍ତସନ୍ତ

ରାଇରଙ୍ଗପୁର: ସକାଳ ହେଲେ ଗୋଟିଏ ନଳକୂପ ସମ୍ମୁଖରେ ପାନୀୟ ଜଳ ପାଇଁ ମହିଳାଙ୍କ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ହେଲେ ଦୀର୍ଘ ୫ ବର୍ଷ ହେଲା ନିର୍ମାଣ ଚାଲିଛି ବସୁଧା ପ୍ରକଳ୍ପ। ସତେ ଯେପରି ଗରିବଙ୍କୁ ଛିଡା ହୋଇ ଉପହାସ କରୁଛି ସୂଚନା ଫଳକ ବିହୀନ ବସୁଧା ପ୍ରକଳ୍ପ ।

କେତେ ବେଳେ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ପାଉଛନ୍ତି ଗ୍ରାମ ନଳକୂପ ଜଳ ତ ଅନ୍ୟ ମହିଲାମାନେ ଗାଁ ନିକଟରେ ଥିବା ପଟାସ ଜଙ୍ଗଲ ଭିତରେ ଗାଡ଼ିଆ ଜଳ ଆଣି ଦୂର କରୁଛନ୍ତି ପରିବାରର ଜଳ କଷ୍ଟ। ବାରମ୍ବାର ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନେଉ ନଥିବା ପରିଲକ୍ଷିତ ହୋଇଛି।

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ବହଳଦା ଜଳ ଯୋଗାଣ ଅଧୀନସ୍ଥ ଗମ୍ଭାରିଆ ଗ୍ରାପର ଦୁମାଡିହି ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ହେଲା ବସୁଧା ଟାଙ୍କି ନିର୍ମାଣ ଚାଲିଛି । ମାତ୍ର ଅଧିକାରୀଙ୍କ ଅପାରଗତା ଓ ଦାୟିତ୍ୱହୀନତା ପାଇଁ  ପ୍ରକଳ୍ପ କାର୍ଯ୍ୟ ସରିନି ।

ଗ୍ରାମରେ ଲମ୍ବାଲମ୍ବା ପାଇପ ବିଛାଯାଇ ଦୀର୍ଘ ୫ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି।  ଗ୍ରାମର ୧୫୦ରୁ ଉର୍ଦ୍ଧ୍ବ ପରିବାର ପାଇଁ ଗୋଟିଏ ନଳକୂପ। ଯେଉଁଠୁ ତିନି ଗରା କି ବାଲଟି ପାଣି ବାହାରିଲେ ପାଣି ସରିଯାଏ । ଯାହାକୁ ନେଇ ପ୍ରତିଯୋଗିତା ହୋଇଥାଏ ।

ସେତିକିରେ ସରେନାହିଁ ଦୁର୍ଗମବାସୀଙ୍କ ଦୁଃଖ ଏଠି ଏକ କିଲୋମିଟର ନାଲିମାଟିର ରାସ୍ତା ସାଜିଛି ୧୫୦ ରୁ ଉର୍ଦ୍ଧ ପରିବାରର ମୁଖ୍ୟ ଲାଇଫ ଲାଇନ। ତେବେ ସରକାର ଲୋକଙ୍କ ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାର୍ଯ ପାଇଁ ଗ୍ରାମର ହଜାର ହଜାର ଲୋକେ ଭୋଗୁଛନ୍ତି ଜଳ ଦୁର୍ଦ୍ଦଶା ।

Leave a Reply

Your email address will not be published. Required fields are marked *