ରାଜ୍ୟ

ଇସ୍ରାଏଲ-ଆମେରିକା ଟାର୍ଗେଟରେ ଇରାନର ପରମାଣୁ କେନ୍ଦ୍ର

ତେହେରାନ : ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ଆଶଙ୍କା ବଢିଯାଇଛି । ଆମେରିକା ଓ ଇସ୍ରାଏଲ ଏପରି ଆକ୍ରମଣ କରିପାରନ୍ତି । ଏପରି ଗୁଇନ୍ଦା ରିପୋର୍ଟ ମିଳିବା ପରେ ଇରାନ ନିଜର ପରମାଣୁ କେନ୍ଦ୍ରଗୁଡ଼ିକର ସୁରକ୍ଷା ବଢାଇଦେଇଛି ।

ଇସ୍ରାଏଲ ଓ ଆମେରିକାର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ଇରାନ ତା’ର ପରମାଣୁ ଘାଟି ଚାରିପଟେ ସୁରକ୍ଷା ବଢ଼ାଇଛି। ଏଥିସହିତ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ମୁତୟନ କରାଯାଇଛି। ବ୍ରିଟେନର ଦ ଟେଲିଗ୍ରାଫ ଖବରକାଗଜ ଏହି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *