ଋଣ ଚାପରେ ଜୀବନ ହାରିଲେ ବୃଦ୍ଧ: ବିଲ ମଝିରୁ ଝୁଲନ୍ତା ମୃତଦେହ ଉଦ୍ଧାର
ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଙ୍ଗାରୁଆ ଗ୍ରାମର ଜନୈକ ବୃଦ୍ଧ ଋଣ ବୋଝ ସମ୍ଭାଳି ନପାରି ଗଛରେ ଦୌଡ଼ି ଲଗେଇ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ଅଙ୍ଗରୁଆ ଗ୍ରାମର ସ୍ବର୍ଗତ ବୁଦ୍ଧିଆ ସିଂଙ୍କ ପୁଅ ସନାତନ ସିଂ (୫୫)l
ପ୍ରାପ୍ତ ସୂଚନା ଅନୁଯାଇ ସନାତନ କିଛିଦିନ ପୂର୍ବରୁ ଏକ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରୁ ଏସ୍ଏଚଜି ଗ୍ରୁପ ଜରିଆରେ କିଛି ଟଙ୍କା ଋଣ ସୂତ୍ରରେ ନେଇଥିଲେ l ପରେ ଉକ୍ତ ଋଣ ଟଙ୍କାକୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଧାର ସୂତ୍ରରେ ଦେଇଥିଲେl ହେଲେ ଦିନ ପରେ ଦିନ ଗଡ଼ି ଚାଲିଥିଲେ ବି ତାଙ୍କ ସମ୍ପର୍କୀୟ ଋଣର ଗୋଟିଏ ହେଲେ କିସ୍ତି ସନାତନକୁ ପ୍ରଦାନ କରି ନଥିଲେ, ଯେଉଁଥିପାଇଁ ସନାତନ ବି ଋଣ ଟଙ୍କା ପରିଶୋଧ କରିପାରୁ ନଥିଲେl
ଅନ୍ୟପଟେ ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ବାରମ୍ବାର ଆସି ସନାତନଙ୍କ ଘରେ ପହଞ୍ଚି ପାଟିଗୋଳ କରିବା ସହିତ ଧମକ ମଧ୍ୟ ଦେଉଥିଲେl ଏହାକୁ ନେଇ ସନାତନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗତ ସୋମବାର ଦିନ ଝଗଡା ମଧ୍ୟ ହୋଇଥିଲା ଓ ସନାତନ ମଧ୍ୟ ଜୀବନ ହାରିବା ନେଇ ଧମକ ଦେଇଥିବାର ସୂଚନା ମିଳିଛିl