ନିର୍ଦ୍ଦେଶନାମା ଜାରି କରି ଏମିତି ପରାମର୍ଶ ଦେଲେ ପିସିସି ସଭାପତି
ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସର ପୂର୍ବାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି। ପିସିସି ଭାବେ ଦାୟିତ୍ୱ ନେବା ପରେ ସଭାପତି ଭକ୍ତ ଚରଣ ଦାସ ଏବେ ଦଳୀୟ କର୍ମୀଙ୍କ ପାଇଁ ଏକପ୍ରକାରର ଫତଓ୍ୱା ଜାରି କରିଛନ୍ତି। ସିଧାସିଧା ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ନିଜସ୍ୱ ମତ ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି ବୋଲି ସେ କହିଛନ୍ତି। ଏଥି ସହ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।
ପିସିସି ସଭାପତି ଭକ୍ତ ଦାସ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, କେତେକ ନେତୃବୃନ୍ଦ ସେମାନଙ୍କର ନିଜସ୍ୱ ମତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଦେଉଛନ୍ତି। ଏହା ଦ୍ବାରା କଂଗ୍ରେସ ଦଳର ଆଭିମୁଖ୍ୟଠାରୁ ଭିନ୍ନ ହେଉଛି। ଫଳରେ ଏହା ଦଳର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛି। ତେଣୁ ସବୁ ନେତୃବୃନ୍ଦ ଦଳର ନିଷ୍ପତ୍ତିକୁ ଅନୁସରଣ କରିବାକୁ ହେବ।