ରାଜ୍ୟ

ଗ୍ରାମାଞ୍ଚଳରେ ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍‌କାର୍ଡ ଫେରାନ୍ତୁ

ଭୁବନେଶ୍ୱର: ରାସନ୍‌କାର୍ଡ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ଆଡୁ ଜନସାଧାରଣଙ୍କ ନିକଟରେ ଅପିଲ୍ କରିଛନ୍ତି। ଯେଉଁମାନେ ଅସାଧୁ ଭାବେ ରାସନ୍‌କାର୍ଡ ହାତେଇଛନ୍ତି, ସେମାନେ କାର୍ଯ୍ୟାନୁଷ୍ଠାନ ପରିସରକୁ ନଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାଇ ଦିଅନ୍ତୁ। ସହରାଞ୍ଚଳରେ ଯେଉଁମାନଙ୍କର ମାସକ ୧୫ ହଜାର ଟଙ୍କା  ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ପାଖରେ ରାସନ୍‌କାର୍ଡ ରଖନ୍ତୁ ନାହିଁ। ବେଆଇନ୍‌ ଭାବେ ରାସନ୍‌କାର୍ଡ ହାତେଇଥିବା ଲୋକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସରକାରୀ କାର୍ଯ୍ୟାନୁଷ୍ଠାନର ଶିକାର ହେବା ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ ରାସନ୍‌କାର୍ଡ ଫେରାଇ ଦିଅନ୍ତୁ।

ସୂଚନାଯୋଗ୍ୟ, କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନକାର୍ଡ ଅପେକ୍ଷାରେ ଅଛନ୍ତି। ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର କାର୍ଡ ଫେରାଇ ସାରିଛନ୍ତି। ସାଢେ ୪ ହଜାର ସରକାରୀ କର୍ମଚାରୀ ମଧ୍ୟ କାର୍ଡ ଫେରାଇଛନ୍ତି। 

Leave a Reply

Your email address will not be published. Required fields are marked *