ବ୍ରହ୍ମାନନ୍ଦ ମହର୍ଷି ବେଦିକ ଭିଜନ ଫାଉଣ୍ଡେସନ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘ ଦ୍ୱାରା ଆୟୋଜିତ ମହାକୁମ୍ଭ ଶିବର ଉଦ୍ଯାପିତ
ପ୍ରୟାଗରାଜ, (ପି.ଏନ): ବ୍ରହ୍ମାନନ୍ଦ ମହର୍ଷି ବେଦିକ ଭିଜନ ଫାଉଣ୍ଡେସନ ମୁଖ୍ୟ ଆଚାର୍ଯ୍ୟ ପ୍ରକାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଓ ରାଷ୍ଟ୍ରୀୟ ପତ୍ରକାର ମହାସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ପବିତ୍ର ମୋହନ ସାମନ୍ତରାୟଙ୍କ ମାର୍ଗ ଦର୍ଶନରେ ପ୍ରୟାଗରାଜ ସ୍ଥିତ ମହାକୁମ୍ଭ କ୍ଷେତ୍ର ସେକ୍ଟର ୨୪ ନିଶାଦ ମାର୍ଗ, ସଙ୍ଗମତଟ ଅରେଲଠାରେ ଏକ ୪୫ ଦିନିଆ ଶିବିର ଅତ୍ୟନ୍ତ ସଫଳତାର ସହ ଆୟୋଜିତ ହୋଇଅଛି । ଏହା ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨୬ ମହା ଶିବରାତ୍ର ଦିନ ଉଦ୍ଯାପିତ ହୋଇଅଛି । ନିୟମିତ ଅନୁଷ୍ଠାନ ଆଧ୍ୟାତ୍ମିକ ପ୍ରବୋଚନ ଭାବାତି ଧ୍ୟାନ ଯୋଗ, ତ୍ରିକାଳ ସଂନ୍ଧ୍ୟା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ନୂଆଦିଲ୍ଲୀ କଞ୍ଚନଶ୍ରୀର ମୁଖ୍ୟ ଅରୁଣା ଗୋଏକାଙ୍କ ପକ୍ଷରୁ ୪୫ ଦିନ ଧରି ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରା (ଅନ୍ନପ୍ରସାଦ) ବ୍ୟବସ୍ଥା କରାଯାଇଥିଲା ।

୧୫ ତାରିଖ କୋସାମ୍ବି ମୁରତ ଗଞ୍ଜସ୍ଥିତ ବିଶ୍ୱନାଥ ପ୍ରସାଦସ୍ଥିତ ପି.ଜି. କଲେଜରେ ଆୟୋଜିତ ଅଲଇଣ୍ଡିଆ ମିଡ଼ିଆ ମହାକୁମ୍ଭରେ ଯୋଗଦେଇଥିବା ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନଙ୍କର ମହାକୁମ୍ଭ ସ୍ନାନ ଓ ପ୍ରସାଦ ସେବନର ବ୍ୟବସ୍ଥା ଆଚାର୍ଯ୍ୟ ପ୍ରକାଶ ଓ ସହଯୋଗୀମାନଙ୍କ ଦ୍ୱାରା ସୂଚାରୁ ରୂପେ ସମ୍ପନ୍ନ କରାଯାଇଥିଲା । ରାଷ୍ଟ୍ରୀୟ ପତ୍ରକାର ମହାସଂଘର ରାଷ୍ଟ୍ରୀୟ ସଭାପତି ତଥା ମହର୍ଷି ପବ୍ଳିକ ସ୍କୁଲ ସମୁହ ଓ ବୈଦିକ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନର ଅଧ୍ୟକ୍ଷ ଡକ୍ଟର ପବିତ୍ରମୋହନ ସାମନ୍ତରାୟ ଅଲଇଣ୍ଡିଆ ମିଡ଼ିଆ ମହାକୁ୍ମ୍ଭର ସଫଳତା ପାଇଁ ଉତ୍ତରପ୍ରଦେଶ ରାଷ୍ଟ୍ରୀୟ ମହାସଂଘର ସଂଯୋଜକ ଇସ୍ତିଆକ ଅହମ୍ମଦ ଓ ସହଯୋଗୀ ଏବଂ ବ୍ରହ୍ମାନନ୍ଦ ମହର୍ଷି ବେଦିକ ଭିଜନ ଫାଉଣ୍ଡେସନର ମୁଖ୍ୟ ଆଚାର୍ଯ୍ୟ ପ୍ରକାଶ ଓ ସହଯୋଗୀମାନଙ୍କୁ ଶିବିର ସୁପରିଚାଳନା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।