ରାଜ୍ୟ

ରୁଦ୍ରକାଳୀ ନାଟ୍ଯ ସଂଘ ପକ୍ଷରୁ ୧୩ଦିନିଆ ଦଣ୍ଡଯାତ୍ରା ନିମନ୍ତେ ସାମାଜିକ ନାଟକର ବହି ପୂଜା

ଘୁ. ଉଦୟଗିରି: ଆସନ୍ତା ଏପ୍ରିଲ ୧ ତାରିଖରୁ ୧୩ ଦିନ ଧରି ମାଁ ରୁଦ୍ରକାଳୀଙ୍କ ଦଣ୍ଡ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ସ୍ଥାନୀୟ ରୁଦ୍ରକାଳୀ ନାଟ୍ୟ ସଂଘ ତରଫରୁ ଉପେନ୍ଦ୍ର ପରିଡାଙ୍କ ଦ୍ୱାରା ରଚିତ ସାମାଜିକ ନାଟକ “ବଞ୍ଚିବାକୁ ଏଠି ଡର ଲାଗୁଛି” ୧୩ ଦିନ ଦଣ୍ଡ ଯାତ୍ରା ସମୟରେ ମଞ୍ଚସ୍ଥ ହେବ।ଦଣ୍ଡ  ପାଟଭୁକ୍ତା ସରଣ ପଞ୍ଜର ମାଝୀ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ସମୀର କୁମାର ପାଢ଼ୀ, ସଭାପତି କାଳୁଚରଣ ପଣ୍ଡା, ସୁଦର୍ଶନ ନାୟକ,ବିପିନ ବିହାରୀ ସାହୁ,ପ୍ରମୋଦ ନାୟକ, ପରିଚାଳକ ମଳୟ ମହାନ୍ତି ତଥା ସମସ୍ତ କଳାକାରମାନଙ୍କ ଉପସ୍ଥିତିରେ ବଞ୍ଚିବାକୁ ଏଠି ଡର ଲାଗୁଛି ନାଟକ ବହି ସ୍ଥାନୀୟ ମାଁ ରୁଦ୍ରକାଳୀଙ୍କ ମନ୍ଦିରରେ ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ଯଙ୍କ ଦ୍ଵାରା ରୀତିନୀତି ଅନୁସାର ପୂଜାର୍ଚ୍ଚନା କରାଯାଇଛି।

Leave a Reply

Your email address will not be published. Required fields are marked *