ରାଜ୍ୟ

ମାର୍ଚ୍ଚ ୫ରେ ଖୋଲା ରହିବ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି

ଭୁବନେଶ୍ୱର: ମାର୍ଚ୍ଚ ୫ ବୁଧବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲା ରହିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ସ୍ବାଭାବିକ ଭାବେ କାର୍ଯ୍ୟ କରିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏନେଇ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପଞ୍ଚାୟତିରାଜ ଦିବସ ଉତ୍ସାହର ସହିତ ପାଳନ କରିବାକୁ ସରକାର ନିର୍ଦ୍ଦେଶ  ଦେଇଛନ୍ତି। ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ ହେବ। କିନ୍ତୁ ଏହି ଦିବସକୁ ସରକାରୀ ଛୁଟି ଭାବେ ପାଳନ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୋମବାର ମୁଖ୍ୟମନ୍ତ୍ରୀ ମ‌ୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ହେବନି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ପଞ୍ଚାୟତିରାଜ ଦିବସ  ଏପ୍ରିଲ ୨୪ରେ ହେବ ପାଳନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ଏଭଳି ପଦକ୍ଷେପ ଦ୍ବାରା ପଞ୍ଚାୟତିରାଜ ଦିବସ ପାଳନରେ ରହିଥିବା ଭିନ୍ନତା ଏବଂ ଅସଙ୍ଗତିକୁ ଦୂର କରିବାକୁ ପ୍ରୟାସ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏଣିକି ପଞ୍ଚାୟତିରାଜ ଦିବସ ଭିନ୍ନ ଭିନ୍ନ ଦିନରେ ପାଳନ କରାଯିବ ନାହିଁ। ପଞ୍ଚାୟତିରାଜ ଦିବସ ଏକ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ । ଏପ୍ରିଲ ୨୪ରେ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *