ରାଜ୍ୟ

ଭାରତୀୟ ନୂତନ ଆଇନ ପ୍ରଣୟନ ଉପରେ ଆଦର୍ଶ ଥାନାରେ ସଚେତନତା ସଭା

ଘୁ ଉଦୟଗିରି: ସ୍ଥାନୀୟ ଆଦର୍ଶ ଥାନା ପରିସରରେ ଭାରତୀୟ ନୂତନ ଆଇନ ପ୍ରଣୟନ ବିଷୟରେ ଏକ ସଚେତନତା ସଭା ଥାନା ଭାରପ୍ରପ୍ତ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଥାନା ଏସ୍ଆଇ ଅନନ୍ତ କୁମାର୍ ପ୍ରଧାନ  ସ୍ବାଗତ କରିଥିବା ବେଳେ ଥାନା ଅଧିକାରୀ ଗତ ବର୍ଷ ୧.୭.୨୦୨୪ ରେ ଭାରତରେ ଲାଗୁ ହୋଇଥିବା ନୂତନ ଆଇନ ଧାରା ବିଷୟରେ ଆଲୋଚନା କରିଥିଲେ ।

ପୂର୍ବରୁ ଥିବା ଆଇପିସି ଯାହା  ଏବେ ବିଏନ୍ଏସ ହେଲା( ଭାରତୀୟ ନ୍ୟାୟ ସଂହିତା) ଓ ସି ଆର୍ ପି ସି  ଥିଲା ତାହା ବିଏନଏସଏସ (ଭାରତୀୟ ନାଗରିକ ସୁରକ୍ଷା ସଂହିତା)ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ହୋଇଥିବା ବେଳେ ନୂତନ ଆଇନର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ।ବିଶେଷ କରି ବର୍ତମାନ ସାରା ଦେଶରେ ସାଇବର ଠକେଇ କୁ ନେଇ ଚିନ୍ତା ବଢିଥିବା ବେଳେ ଏନେଇ ସଚେତନ ହେବା ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଠକେଇ ଓ ଏହା କିପରି ସୁରକ୍ଷିତ ବ୍ୟବହାର କରି ପାରିବା,ମୋବାଇଲ କିମ୍ବା ଲାପଟପ୍ ମଧ୍ୟରେ କୌଣସି ସୋସିଆଲ ମିଡ଼ିଆ କିମ୍ବା ବ୍ୟାଙ୍କିଙ୍ଗ ସୁରକ୍ଷିତ ଅନଲାଇନ ବ୍ୟବହାର, ଅନଲାଇନ ସପିଙ୍ଗ, କମ୍ପାନୀ ଡମିନ ବ୍ୟବହାର, ଏବଂ ଫ୍ରି ବ୍ୟବହାର କିମ୍ବା ପ୍ରଦାନ ଉପରେ ଗୁରୁତ୍ବ ଦେବା ସହିତ ବ୍ୟବହାର ନ କରିବା ବିଷୟରେ ତଥ୍ୟ ରଖିଥିଲେ ।

ଏହି ସମସ୍ତ ବିଷୟ ଆଲୋଚନା କରି କୌଣସି ଅସୁବିଧା କିମ୍ବା ଅଭିଯୋଗ ପାଇଁ ଥାନାରେ ଲିଖିତ ଅଭିଯୋଗ କଲେ ଘଟଣା ସମ୍ପର୍କିତ ସତ୍ୟ ବିଷୟ ଆଧାର କରି ଅଭିଯୋଗ କରିବା ପାଇଁ କହିଥିଲେ । ସେହିପରି କୌଣସି କେସ ଥାନାରେ ଦାଏର ହେଲା ପରେ ସେହି କେସ ଆଧାରିତ କୌଣସି ବ୍ୟକ୍ତିଙ୍କୁ ଦୋଷୀ କୁହାଯିବ ନାହିଁ ଯେ, ପର୍ଯ୍ୟନ୍ତ ମାନ୍ୟବର କୋର୍ଟ ଦୋଷୀ ସାବ୍ୟସ୍ତ କରି ନାହାନ୍ତି । 

Leave a Reply

Your email address will not be published. Required fields are marked *