ରାଜ୍ୟ

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାଲିକ/ପ୍ରକାଶକ/ସମ୍ପାଦକଙ୍କ ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାଲିକ/ପ୍ରକାଶ/ସମ୍ପାଦକମାନେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ସମ୍ବାଦପତ୍ର ପ୍ରକାଶ କରିଆସୁଛନ୍ତି । ମହାମାରୀ କରୋନା ଯୋଗୁଁ ବହୁ ସମ୍ବାଦପତ୍ର ପ୍ରକାଶନ ଏହା ମଧ୍ୟରେ ବନ୍ଦ ହୋଇଯାଇଛି । ଅପରପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ଭଳି ହୋଇଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ପ୍ରାୟତଃ ବଡ଼ ସମ୍ବାଦପତ୍ରଗୁଡ଼ିକ ଏକଚାଟିଆ ବ୍ୟବସାୟୀ ଏବଂ ନିର୍ଦ୍ଦିଷ୍ଟ ରାଜନୈତିକ ଦଳଙ୍କ ହାତ ବାରସି ହୋଇ ସମ୍ବାଦ ପରିବେଷଣକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଫଳରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟାହତ ସୃଷ୍ଟି ହେଉଛି । ଅପରକ୍ଷରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦକ ପତ୍ର ମାଲିକମାନେ ଏହାକୁ ପେଷା ଭାବରେ ଗ୍ରହଣ କରିଥିବାରୁ ଢୋକେ ପିଇ ଦଣ୍ଡେ ଜୀଇଁ ନୀତିରେ ନିଜ ଅଞ୍ଚଳର ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ନିଜର ସମ୍ବାଦତ୍ର ପ୍ରକାଶ କରିଆସୁଥିବା ଘଟଣା ପ୍ରଶଂସନୀୟ ଅଟେ । କ୍ରମାଗତ ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦକ ପତ୍ରଗୁଡ଼ିକର ସମ୍ପାଦକ ମାଲିକ ଓ ପ୍ରକାଶକମାନଙ୍କ ଏକ ଶକ୍ତିଶାଳୀ ସଙ୍ଗଠନର ଆବଶ୍ୟକତା ରହିଛି । ଏହି ଘଟଣାକୁ ହୃଦୟଙ୍ଗମ କରି ସଙ୍ଗଠନ ପକ୍ଷରୁ ଏ ସମ୍ପର୍କରେ ବ୍ୟାପକ ବିଚାର ବିମର୍ଷ କରିବା ପାଇଁ ଚଳିତ ମାର୍ଚ୍ଚ ୧୨ ତାରିଖ ପୂର୍ବାହ୍ଣ ୧୧.୦୦ ଘଟିକା ସମୟରେ କଟକ ବକ୍ସିବଜାରସ୍ଥିତ ଓଟିଡିସି ପାନ୍ଥନିବାସ ଠାରେ ନବୀନର ସମ୍ପାଦକ ତଥା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦକ ପତ୍ର ମହାସଂଘର ଆବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକର ଦୈଦିକ ପର୍ଯ୍ୟବେକ୍ଷକ ଓ ଦି’ କଳିଙ୍ଗ କ୍ରୋନିକଲର ମୁଖ୍ୟ ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଓ ସମଦୃଷ୍ଟିର ସମ୍ପାଦକ ଶ୍ରୀ ସୁଧିର ପଟ୍ଟନାୟକ ସମ୍ମତି ପ୍ରଦାନ କରିଛନ୍ତି । ଏହି ବୈଠକରେ ଯୋଗଦେଇ ସଙ୍ଗଠନର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିବା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ମହାସଂଘର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ପରିଡ଼ା ଓ ଆବାହକ ଶ୍ରୀ ରବି ରଥ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *