ସୁଭଦ୍ରା ସଫଳତା ଲାଗି କେନ୍ଦ୍ର ମନ୍ତ୍ରୀଙ୍କ ଅଭିନନ୍ଦନ
ଜସସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ
ଙ୍କ ନେତୃତ୍ୱରେ ଓଡ଼ିଶାର ମାଆ ଭଉଣୀମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱ ହୋଇଛି । ଓଡିଶାରେ ମହିଳା ସଶକ୍ତିକରଣ ପ୍ରତି ରାଜ୍ୟ ସରକାର ନେଇଥିବା ସଂକଳ୍ପ ଏବେ ବାସ୍ତବତା ଦିଗକୁ ଅଗ୍ରସର ହେଉଅଛି I
ଏଥିପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଅଭିନନ୍ଦନ|
ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏ 64 ହଜାର ମହିଳାଙ୍କୁ ଗୋଟିଏ ଦିନରେ 5 ହଜାର କୋଟିରୁ ଅଧିକ ଟଙ୍କା ପଠାଇ ଇତିହାସ ରଚିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମ୍ବପୁଆ ଠାରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଆଜି ୯ ମାସ ମଧ୍ୟରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ପ୍ରଦାନ କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଆମେ ଯାହା ପ୍ରତିଶ୍ତୁତି ଦେଇଥିଲୁ ତାହା ପୂରଣ କରିଛୁ ।
ବୌଦ୍ଧ, ବଲାଙ୍ଗିର, ବାଲେଶ୍ବର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ହିତାଧିକାରୀମାନେ ଯୋଗ ଦେଇ ଟଙ୍କା ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି । ସୁଭଦ୍ରା ଟଙ୍କା ସେମାନଙ୍କୁ ସ୍ବାବଲମ୍ବି କରିବାରେ ସହାୟକ ହେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଗତସିଂହପୁରରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାଵେଶରେ ଟଙ୍କା ବାଣ୍ଟିଲେ ଶିଳ୍ପ ଦକ୍ଷତା ଵିକାଶ ମନ୍ତ୍ରୀ ସମ୍ପଦ ସ୍ଵାଇଁ । ବାଲେଶ୍ବରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ବିରୋଧୀଙ୍କୁ କଟାକ୍ଷ କରିବା ସହ ମୋହନ ମାଝିଙ୍କୁ ଧନ୍ୟବାଦ ଦେଇଥିଲେ। ବାରିପଦା କଲେଜ ପଡିଆଠାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମହିଳାଙ୍କ ଆତ୍ମବଳ ବୃଦ୍ଧି କରିଥିଲେ । ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ ସୁଭଦ୍ରା ଦ୍ଵିତୀୟ କିସ୍ତି ର ସିଧାପ୍ରସାରଣ ଅନୁଷ୍ଠିତ ହୋଇଥିଲା ।
ମହିଳାଙ୍କ ଗୌରବ ଗାଥା ବଖାଣିଲେ ମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନାରେ ସଶକ୍ତ ହେଉଛନ୍ତି ମହିଳା, ସ୍ବାବଲମ୍ବୀ ହେବା ସହ ବଢୁଛି ପରିବାରର ରୋଜଗାର । ସବୁ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ମହିଳା । ସୁଭଦ୍ରା ଯୋଜନା ମହିଳାଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରୁଛି ।.ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଦେଶରେ ଦ୍ବିତୀୟ । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି ।