୮ ମାସରେ ମୁଖ୍ୟମନ୍ତ୍ରୀ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି
ଭୁବନେଶ୍ବର: ବିଗତ ୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ମାସରେ କେତେଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ କେତେ ଜଣଙ୍କ ଅଭିଯୋଗ ଶୁଣିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କ ଅଭିଯୋଗ ଶୁଣିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସମସ୍ୟାର ସମାଧାନ ହୋଇସାରିଛି ଏବଂ କେତେଜଣଙ୍କ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଗତ ୮ ମାସରେ ମୁଖ୍ୟମନ୍ତ୍ରୀ ସମୁଦାୟ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ ୮୭୩୭ ଜଣଙ୍କ ଅଭିଯୋଗ ଶୁଣିଛନ୍ତି।