ରାଜ୍ୟ

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ପ୍ରଶାସନ ପକ୍ଷରୁ ମାଲ୍ୟବନ୍ତ ଛାତ୍ରାବାସ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର କାର୍ଯ୍ୟକ୍ରମରେ ସଭାପତିତ୍ବ କରି କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଉଦ୍ୟୋଗୀ ହେବା ନିମନ୍ତେ ସମସ୍ତ ଆର୍ଥିକ ସୁବିଧା ଯୋଗାଇ ଦିଆଯାଉଛି। ବ୍ୟବସାୟ କରିବା ପାଇଁ ସବସିଡି ବ୍ୟବସ୍ଥା ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ ଉଦ୍ୟୋଗୀ ହେବାକୁ ହେଲେ ସମ୍ୟକ କଷ୍ଟ ସ୍ବୀକାର କରିବା ସହ ଧର୍ଯ୍ୟ ଧରିବାକୁ ପଡ଼ିବ। ଯାହା ସଫଳତା ଆଡକୁ  ଅଗ୍ରସର କରାଇବ। ବିଶେଷ ଭାବେ ୬୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାହାର ରୋଜଗାର ରହିଛି ସେମାନଙ୍କୁ ଲକ୍ଷପତି ଦିଦି କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଉଛି।

ଏହା ସହିତ ଅନ୍ୟ ମହିଳା ମାନଙ୍କୁ ମଧ୍ଯ ଲକ୍ଷପତି ଦିଦି ହେବା ପାଇଁ କର୍ମଶାଳାରେ ପ୍ରୋତ୍ସାହନ କରାଯାଇଛି। ଅନ୍ୟତମ ଅତିଥି ଭାବେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ଉପସ୍ଥିତ ରହି ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ଜୀବିକା ମିସନ, କୃଷି, ଶିଳ୍ପ, ଉଦ୍ୟାନ କୃଷି, ମତ୍ସ୍ୟ, ବ୍ୟାଙ୍କ୍ ଓ ଓରମାସ ତରଫରୁ ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *