ରାଜ୍ୟ

କିଡ଼ସ୍ ଏକାଡେମୀ ବିଦ୍ୟାଳୟର ୮ମ ବାର୍ଷିକ ଉତ୍ସବ ପାଳିତ


ଭୁବନେଶ୍ୱର, (ପି.ଏନ) : କିଡ଼ସ୍ ଏକାଡେମୀ ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଗୁରୁକେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମ ବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଭୁବନେଶ୍ୱର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫେସର ଡକ୍ଟର ଅଶୋକ ମହାପାତ୍ର ଏବଂ ମୁଖ୍ୟବକ୍ତା ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କରୁଣାକର ନନ୍ଦ ଯୋଗ ଦେଇଥିଲେ ।
ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଜନ୍ନାଥଙ୍କର ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୮୦ ଜଣ ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କର ସହଯୋଗରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ୧୦ ଜଣ ତାଲିମପ୍ରାପ୍ତ ଶିକ୍ଷୟତ୍ରୀମାନଙ୍କୁ ପଦକ ଓ ପ୍ରମାଣପତ୍ର ଅତିଥିମାନେ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ପାରମ୍ପାରିକ ନୃତ୍ୟ ଏବଂ ଆଧୁନିକ ନୃତ୍ୟ, ଇତ୍ୟାଦି ବେଶ୍ ଚିତାକର୍ଷକ ହୋଇଥିଲା । ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କରୁଣାକର ନନ୍ଦଙ୍କ ସହଧର୍ମିଣୀ ଶ୍ରୀମତୀ ନନ୍ଦ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଏବଂ ଅଧ୍ୟକ୍ଷା ଶ୍ରୀମତୀ ଜାନକୀ ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପର୍ଣ୍ଣ ହୋଇଥିଲା ।

Leave a Reply

Your email address will not be published. Required fields are marked *