ସୁକିନ୍ଦା ପ୍ରେସ କ୍ଲବର ରୌପ୍ୟ ଜୟନ୍ତୀ lସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ,ମନ୍ତ୍ରୀ ପ୍ରଦିପ ବଳସାମନ୍ତ
ସୁକିନ୍ଦା୧୬/ ୩ ), ସୁକିନ୍ଦା ପ୍ରେସ କ୍ଲବର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତି କାଳିଆପାଣି ସ୍ଥିତ ଟାଟାଷ୍ଟିଲ କାଟେପୁର୍ତ୍ତି ଅଡ଼ିଟୋରିୟମ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି l

ପ୍ରେସ କ୍ଲବର ସଭାପତି ବିଶ୍ୱଜିତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସରକାରଙ୍କ ସମବାୟ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ଡ଼ଃ ପ୍ରଦିପ ବଳସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସମାଜର ଜାଗ୍ରତପ୍ରହରି ବୋଲି ବିବେଚିତ କରିଥିଲେl ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସମାଜ ସୁଧାର ସୃଷ୍ଟି ହୁଏ l

ରାଜ୍ୟ ସରକାର ସାମ୍ବାଦିକଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବିକୁ ହୃଦୟଙ୍ଗମ କରିବା ସହ ଏହି କ୍ଷେତ୍ରରେ ସରକାର ବିଚାରକରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ଟାଟାଷ୍ଟିଲ ଫେରୋ ଆଲଏଜ ଓ ମିନେରାଲ ଡିଭିଜନ ( ଏଫଏଏମଡି )ର ଏଜିକ୍ୟୁଟିଭି ଇନଚାର୍ଜ ପଙ୍କଜ ସତିଜା ଯୋଗଦେଇଥିବା ବେଳେ ଡ଼ଃ ପବିତ୍ର ମୋହନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ୟ ରାଜ୍ୟ ଭଳି ଓଡିଶାରେ ସାମ୍ବାଦିକ ମାନଙ୍କୁ ସର୍ବନିମ୍ନ ମାସିକ ଭତ୍ତା ପ୍ରଦାନ କରିବାକୁ ସମବାୟ ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ l ସମ୍ନାନିତ ଅତିଥିଭାବେ ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ସୁକିନ୍ଦା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ନିଳମାଧବ ନାୟକ ବାର୍ଷିକ ବିବରଣି ପାଠ କରିଥିବା ବେଳେ ସମ୍ପାଦକ ସତ୍ୟଜିତ ଦାଶ ଅତିଥିପରିଚୟ ପ୍ରଦାନ କରିଥିଲେ l ଏହି ଅବସରରେ ନଗଡାର ଆଶା କର୍ମି ଜୟନ୍ତୀ ମହାନ୍ତଙ୍କୁ ସୁକିନ୍ଦା ରତ୍ନ, ଆନ୍ତଜାର୍ତତୀୟ ଖେଳାଳି ଶୁଭ୍ରଜିତ ମଲ୍ଲିକଙ୍କୁ ସୁକିନ୍ଦା ଗୌରବ, ଟାଟାଷ୍ଟିଲ କଳିଙ୍ଗନଗର କର୍ପୋରେଟର ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କୁ ସୁକିନ୍ଦା ବନ୍ଧୁ ଓ ବେଦାନ୍ତ ଫେକର କମ୍ପାନି ଅଧିକାରୀ ଅଜୟ କୁମାର ପାତ୍ରଙ୍କୁ ଶୁପ୍ରତ୍ୟସୁ ସ୍ମୃତି ସମ୍ନାନରେ ସମ୍ନାନିତ କରାଯାଇଥିଲା l କଳିଙ୍ଗନଗର ଅତିରିକ୍ତ ଆରକ୍ଷୀଅଧିକ୍ଷକ ଶୁପ୍ରସନ୍ନ ମଲ୍ଲିକ, କାଳିଆପାଣି ଥାନା ଅଧିକାରୀ ଶିବପ୍ରସାଦ ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀନାଥ ଜେନା, ଓଡିଶା ଖଣିନିଗମ ଯାଜପୁର ବରିଷ୍ଠ କାର୍ମିକ ପ୍ରବନ୍ଧକ ଦେବାଶିଷ ସାମଲ, ଜିନ୍ଦଲ କାଳିଆପାଣିର ବରିଷ୍ଠ ଖଣି ଅଧିକାରୀ ରମ୍ୟରଞ୍ଜନ ରାୟ, ଇମ୍ଫାର ସନ୍ଦିପ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ l ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର କୁମାର ସାମଲ ଓ ମନୋଜ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ l ସୁକିନ୍ଦା ପ୍ରେସ କ୍ଲବ ସଦସ୍ୟ ସାମ୍ବାଦିକ ଅସିତ କୁମାର ମହାନ୍ତ, ଲମ୍ବୋଦର ଦଳବେହେରା, ବିଶ୍ୱନାଥ ସାହୁ , ସରୋଜ ନାୟକ ,କୃପାସିନ୍ଧୁ କେଶରୀ ,କପିଳେନ୍ଦ୍ର ମହାନ୍ତ , ବିମଳେନ୍ଦୁ ବେହୁରା ,ନିହାର କାନ୍ତ ପାତ୍ର ,ସୌମ୍ୟ ରଞ୍ଜନ ବାରିକ ,ଦୀପକ ଭଟଚାର୍ଯ୍ୟ ,ଏସକେ ଜହୁର ,ମଧୁସୁଦନ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଖଣି ଅଞ୍ଚଳର କୁନି କୁନି ପ୍ରତିଭାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ତଥା ପଡୋଶୀ ଜିଲ୍ଲାରୁ ବହୁ ସଂଖ୍ୟାରେ ସାମ୍ବାଦିକ ମାନେ ଯୋଗଦେଇଥିଲେ ସେମାନଙ୍କୁ ମଧ୍ୟ ସଙ୍ଘ ପକ୍ଷରୁ ସମ୍ନାନିତ କରାଯାଇଥିଲା l