ଓଡିଶା କୁ ବିଶ୍ୱ ବିଖ୍ୟାତ କରିବାକୁ ହେଲେ, ସବୁ ସ୍ତର ରେ ଉଦ୍ୟମ ହେବା ଆବଶ୍ୟକ :ଦିଲ୍ଲୀ ଠାରେ “ଭିଜନ ଓଡିଶା 2036″ରେ ବିଶିଷ୍ଟ ବକ୍ତା ଙ୍କ ମନ୍ତ୍ୟବ
ଦିଲ୍ଲୀ
ଭାରତ କୁ ସବୁ କ୍ଷେତ୍ର ରେ ଓଡିଶା ର ଅବଦାନ ଅତୁଳନୀୟ l ପ୍ରାକୃତିକ ସମ୍ପଦ, ପର୍ଯ୍ୟଟନ ସ୍ଥଳୀ, ଜଙ୍ଗଲ ଓ ଖଣିଜ ସମ୍ପଦ ସହ ମାନବ ସମ୍ବଳ ରେ ଭରପୁର ଓଡିଶା ରାଜ୍ୟ ନିଜ ସଂସ୍କୃତି ଓ ପରମ୍ପରା, ପ୍ରଭୁ ଶ୍ରୀ ଜଗନ୍ନାଥ ଓ କୋଣାର୍କ ନିମନ୍ତେ କେବଳ ଭାରତ ନୁହେଁ ବିଶ୍ୱ ରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚିତ ସୃଷ୍ଟି କରପାରିଛି l ହେଲେ ଉପଯୁକ୍ତ ନେତୃତ୍ୱ ଅଭାବ, ମାଟି ଓ ମାତୃଭାଷା ପ୍ରତି ଅବହେଲା,ସମସ୍ତଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଓ ସଚେତନତା ଅଭାବରୁ ରାଜ୍ୟ ର ଯଥା ଶକ୍ତି ବିକାଶ ହୋଇପାରିନାହଁ l ଶିକ୍ଷା ସ୍ୱାସ୍ଥ୍ୟ ର ମାନ ବୃଦ୍ଧି ସହ, ପର୍ଯ୍ୟଟନ କ୍ଷେତ୍ର ର ବିକାଶ ଓ ଶିଳ୍ପାୟନ ର ବୃଦ୍ଧି ଦ୍ୱାରା ରାଜ୍ୟ ର ଅର୍ଥ ନିତୀ ର ବିକାଶ ହୋଇପାରିବ l ଯାହା ଫଳରେ ଓଡ଼ିଆ ଲୋକ ନିଜ ରାଜ୍ୟରେ ରୋଜଗାରକ୍ଷମ ହୋଇପାରିବେ l ଦିଲ୍ଲୀ ରେ ବହୁ ଓଡ଼ିଆ ବସବାସ କରୁଥିବାରୁ ଏଠାରେ ଏକ ଓଡ଼ିଆ ସ୍କୁଲ ପ୍ରତିଷ୍ଠା ସହ ଏକ ସାଂସ୍କୃତିକ ମଣ୍ଡପ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା lଦୀର୍ଘବର୍ଷ ଧରି ଓଡିଶା ର ସ୍ୱାଭିମାନ ଓ ଅସ୍ମିତା ନିମନ୍ତେ କାର୍ଯ୍ୟକରୀ ଆସୁଥିବା ସୁନାମ ଧନ୍ୟ ଓଡ଼ିଆ ସଂଗଠନ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ନୂଆଦିଲ୍ଲୀ ଗାନ୍ଧୀ ପିସ ଫାଉଣ୍ଡେସନ ଠାରେ ପ୍ରତିଷ୍ଠାନ ର ସଭାପତି ବିଶିଷ୍ଟ ସଂଗଠକ ତଥା ସମାଜସେବି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ “ଭିଜନ ଓଡିଶା 2036” ଆଲୋଚନା ରେ ବହୁ ବିଶିଷ୍ଟ ସଂଗଠକ ମାନେ ମାତବ୍ୟକ୍ତ କରିଥିଲେ.
ପୂର୍ବତନ କୁଳପତି ପ୍ରଫେସର ବି ସି ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ତଥା ୱାର୍ଲଡ ଓଡ଼ିଆ ସୋସାଇଟି ର ସଭାପତି ଶ୍ରୀ କିଶୋର ଦିବେଦି, ସମାଜ ସେବିକା ଶ୍ରୀମତୀ ରିତା ପାତ୍ର, ପରିବେଶବିତ୍ତ ଡ଼ ବିନୋଦ ସାବତ, ଶ୍ରୀ ଦେବେନ୍ଦ୍ର ରାଉତ,ଶିକ୍ଷବିତ ଶ୍ରୀ ପ୍ରଭାସ ରାଜ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଓଡିଶା ଓ ଓଡ଼ିଆ ଙ୍କ ବିକାଶ ଉପରେ ମତାବ୍ୟକ୍ତ କରିଥିଲେ l
ଅନ୍ୟମାନ ଙ୍କ ମଧ୍ୟରେ ଶ୍ରୀ ଗଦାଧର ପ୍ରଧାନ, ଶ୍ରମତି ବିଷ୍ଣୁ ପ୍ରିୟା ମିଶ୍ର, ଅଜୟ ମଲ୍ଲିକ, ବିଭୁ ଭାଇ, ଡ଼ ପ୍ରକାଶ, ଶ୍ରୀ ଅଶୋକ କୁମାର ଦାଶ, ଶ୍ରୀମତୀ ହର ପ୍ରିୟ ପ୍ରତିହାରୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l କୃଷ୍ଣ ଚନ୍ଦ୍ର ସାବତ, ସଂକର୍ଷଣ ପାଢ଼ୀ, ରଶ୍ମିତା ସାବତ, ରିଙ୍କି ଭରଦ୍ୱାଜ, ତପନ ଜେ ପଣ୍ଡା, ଅର୍ଚନା ପରିଡା, ଆଶିଷ ସାବତ, ଗିରି ଧାରୀ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାସଚିବ ଶ୍ରୀ କୈଳାଶ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l