ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ଅନୁଷ୍ଠିତ
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଅଛି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୁଆର, ପୂର୍ବତନ ଦକ୍ଷିଣ ଦିଲ୍ଲୀ ସାଂସଦ ରମେଶ ବିଦୁରି, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସିନେ ଅଭିନେତା ସବ୍ୟସାଚି ମିଶ୍ର, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ଅଶ୍ରୁମୋଚନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଷ୍ଟ୍ରୀୟ ପତ୍ରକାର ମହାସଂଘ ନୂଆଦିଲ୍ଲୀର ଜାତୀୟ ସଭାପତି ଡକ୍ଟର ପବିତ୍ର ମୋହନ ସାମନ୍ତରାୟ, ଗୁରୁ ମା ଡକ୍ଟର ଅରୁନ୍ଧତି ଦେବୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଅଭିନେତ୍ରୀ ନୈନା , ଅଭିନେତା ପ୍ରିତିକାନ୍ତ, ଫିଲ୍ମି ନିର୍ଦ୍ଦେଶକ ତାପସ ଶଗରିଆ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ସ୍ୱର୍ଗତ ଡା. ପ୍ରଧାନଙ୍କ ସୁପୁତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୌମେନ୍ଦ୍ର ପ୍ରଧାନ, ବୋହୂ ମୃଦୁଳା ପ୍ରଧାନ, ଭଣଜା ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କୁ ଶାନ୍ତନା ଦେବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।