ରାଜ୍ୟ

ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ସହିତ ମହିଳା ଓ ଶିଶୁ ବିକାଶ ସଚିବ ଓ ନିର୍ଦ୍ଦେଶକ ଙ୍କ ଆଲୋଚନା ,,

ଓଡିଶା ଅଙ୍ଗନବାଡି କର୍ମୀ ସଂଘ ସଂଯୁକ୍ତ ମୋର୍ଚା ଆହ୍ଵାନ ରେ ୧୩ ତାରିଖ ରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ଯନ୍ତ ଦିବା ରାତ୍ରି ଆନ୍ଦୋଳନ ର ନୋଟିସ ରାଜ୍ୟ ସରକାର ପାଇବା ପରେ ମହିଳା ଶିଶୁ ବିକାଶ ସଚିବ ଶୋଭା ଶର୍ମା, ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ସଚିବ ଜ୍ୟୋତି ରଞ୍ଜନ ନାୟକ ସଚିବାଳୟ ପରିସରରେ ସଂଯୁକ୍ତ ମୋର୍ଚା ସହିତ ସଂଲଗ୍ନ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ, ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ, ଓଡିଶା ଅଙ୍ଗନବାଡି ୱାର୍କର୍ସ ଓ ହେଲପର ସଂଘ ର କର୍ମକର୍ତ୍ତା ମାନଙ୍କ ସହିତ ଦୀର୍ଘ ସମୟ କଥା ବାର୍ତ୍ତା କରିଛନ୍ତି l ଭତ୍ତା ବୃଦ୍ଧି, ପେନସନ୍ ଦେବା, ସେବା ନିବୃତ ଓ ମୃତ୍ଯୁ ରାଶି କୁ ୫ ଲକ୍ଷ୍ୟ କରାଯିବା, ଏସ୍ ଏନ୍ ପି ଦର ବୃଦ୍ଧି, ମିନି ଅଙ୍ଗନବାଡି କର୍ମୀ ଙ୍କୁ ଅଙ୍ଗନବାଡି କର୍ମୀ କରିବା, ଶ୍ରମିକର ମାନ୍ୟତା ଦେବା ପ୍ରଭୁତି ମୁଖ୍ୟ ଦାବି ଉପରେ ଆଲୋଚନା କରାଯାଇ କରାଯାଇଥିଲା l୧୭ ତାରିଖ ରେ ନୂତନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ସଚିବ ଙ୍କ ଉଚ୍ଚ ସ୍ତରୀୟ ବୈଠକ ରେ ଅଙ୍ଗନବାଡି କର୍ମୀ ଙ୍କ ସକାଶେ ପଦକ୍ଷେପ ନେବାକୁ ନୀତି ଗତ ନିଷ୍ପତ୍ତି ନିଆଯିବ ବୋଲି ସଚିବ ଶୋଭା ଶର୍ମା ସୂଚନା ଦେଇଥିଲେ l ଅନ୍ୟାନ୍ୟ ସମସ୍ୟା ମଧ୍ୟରେ ପୋଷଣ, ସୋପାନ, ପଦୋନ୍ନତି, gradation ତାଲିକା, ଖରାପ ମୋବାଇଲ, ସ୍ଵତନ୍ତ୍ର ଭତ୍ତା, ଅଣ୍ଡା ଦର ବୃଦ୍ଧି, ପ୍ରସୂତି କାଳୀନ ଭତ୍ତା, କର୍ମୀ ଙ୍କ ନିର୍ଦିଷ୍ଟ ଡ୍ୟୁଟି ସମୟ ନିର୍ଘଣ୍ଟ, ବିଭିନ୍ନ ଜିଲ୍ଲାରେ ରହିଥିବା ସମସ୍ଯା ସମାଧାନ ଦିଗରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା ଆଲୋଚନା ସକରାତ୍ମକ ଥିଲା l ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ର ସାଧାରଣ ସମ୍ପାଦକ ହରିପ୍ରିୟା ସ୍ଵାଇଁ,ବିଷ୍ନୁ ପ୍ରିୟା ଜେନା ,ମମତାଜ ଖୁଣ୍ଟିଆ ,ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ମମତା ଶତପଥି, ଲିଲି ମିଶ୍ର, କନକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଭାଗ ର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *