ଆଇପିଏଲ : ବିରାଟ, ପଟିଦାରଙ୍କ ଅର୍ଦ୍ଧଶତକ, ମୁମ୍ବାଇ ଆଗରେ ୨୨୨ ରନର ଲକ୍ଷ୍ୟ ରଖିଲା ବେଙ୍ଗାଲୁରୁ
ମୁମ୍ବାଇ : ମୁମ୍ବାଇଠାରେ ସୋମବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୦ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୨୨ ରନର ବିଶାଳ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ।
ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଆରମ୍ଭରୁ ଫିଲିପ ସଲ୍ଟଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ବିରାଟ କୋହଲି ଓ ଦେବଦତ୍ତ ପଡ଼ିକଲ୍ଲଙ୍କ ମଧ୍ୟ ଏକ ଲଢୁଆ ଭାଗିଦାରୀ ଦେଖିବାକୁ ମିଳିଥିଲା । ବିରାଟ ୬୭ ରନ କରିଥିବାବେଳେ ପଡିକଲ୍ଲ ୩୭ ରନ କରିଥିଲେ । ସେହିପରି ରଜତ ପଟିଦାର ୬୪ ରନର ଉପଯୋଗୀ ପାଳି ଖେଳିଥିଲେ ।
ଶେଷ ଓଭରଗୁଡ଼ିକରେ ଜିତେଶ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୧୯ଟି ବଲରେ ୪୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୨୧ ରନ କରିଥିଲା ।
ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ବିଘ୍ନେଶ ପୁଥୁର ଗୋଟିଏ ଓ୍ବିକେଟ ନେଇଥିଲେ ।