ରାଜ୍ୟ

ଶକ୍ତିପୀଠକୁ ଉଡ଼ିବ ହେଲିକପ୍ଟର! ଖୁବ୍‌ ଶୀଘ୍ର ନୂଆ କରିଡ଼ର ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାର ଶକ୍ତିପୀଠ କରିଡ଼ର ମାଧ୍ୟମରେ ଓଡ଼ିଶାର କିଛି ପୁରାତନ ମନ୍ଦିରର ଗୁରୁତ୍ବ ବଢ଼ାଇବାକୁ ଯାଉଛନ୍ତି। ଏହାରି ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତିପୀଠକୁ ଯୋଡାଯିବ। ସମସ୍ତ ଶକ୍ତିପୀଠ ମଧ୍ୟରେ ସମନ୍ୱୟ ରଖାଯିବ। ଏହି ଶକ୍ତିପୀଠ କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଗସ୍ତ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି।ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟର ଶକ୍ତିପୀଠକୁ ନେଇ ସ୍ବତନ୍ତ୍ର କରିଡର୍‌ ନିର୍ମାଣ ହେବ। ଏହି କରିଡ଼ରରେ ଗଂଜାମ ଜିଲ୍ଲାର ତାରାତାରିଣୀ, ଭୈରବୀ, ଯାଜପୁରର ବିରଜା, ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା, ବାଣପୁରସ୍ଥିତ ଭଗବତୀ, ପୁରୀ ଜିଲ୍ଲା କାକଟପୁରସ୍ଥିତ ମଙ୍ଗଳା, ଚିଲିକାର କାଳିଜାଈ ପୀଠକୁ ସାମିଲ କରାଯାଇଛି। ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି। ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଘୋଷଣା।

Leave a Reply

Your email address will not be published. Required fields are marked *