ତହବୁର ଦିଲ୍ଲୀରେ ପହଞ୍ଚିଲେ:ଏନଆଇଏ ମୁଖ୍ୟାଳୟକୁ ନିଆଯିବ
ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ଭାରତ ଅଣାଯାଇଛି। ବହୁତ କଠିନ ପରିଶ୍ରମ ପରେ ତାଙ୍କୁ ଆମେରିକାରୁ ଭାରତକୁ ଅଣାଯାଇଛି। ତହବୁର ରାଣା ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛନ୍ତି। ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା ଆତଙ୍କବାଦୀ ତାଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗିରଫ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏନଆଇଏ ମୁଖ୍ୟାଳୟକୁ ଅଣାଯିବ।